Latest Odisha News

BREAKING NEWS

ସମଗ୍ର ଦେଶ ନେତାଜୀଙ୍କ ପ୍ରତି ଚୀର କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।


ନେତାଜୀଙ୍କର ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ ପାଇଁ ଏହି ଜାତି ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି।

” ସାହସିକତା ଏବଂ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ନିମନ୍ତେ ଭାରତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ଭାରତୀୟମାନଙ୍କ ପ୍ରଗତି ଏବଂ ମଙ୍ଗଳ ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ” ବୋଲି ମୋଦୀ ନିଜ ଟ୍ୱିଟର୍ବ ଉଲ୍ଲେଖ କରିଛନ୍ତି ।

୧୮୯୭ ମସିହା ଜାନୁଆରି ୨୩ ତାରିଖ ଦିନ ଜଣେ ନିର୍ଭିକ ସ୍ୱାଧୀନତା ସଂଗ୍ରାମୀ ଏବଂ ଚିନ୍ତାନାୟକ ଜନ୍ମ ନେଇଥିଲବ, ଯିଏ ଭାରତର ସ୍ୱାଧୀନତା ଲାଗି ନିଜର ଜୀବନ ସମର୍ପି ଦେଇଥିଲେ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.