Latest Odisha News

BREAKING NEWS

ପାଟଣାର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କ ପରଲୋକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ଗୁରୁବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା ।

ପରିବାର ଲୋକଙ୍କ କହିବା ମୁତାବକ ଗୌରହରି ଦୀର୍ଘଦିନରୁ ସ୍ନାୟୁଜନିତ ରୋଗରେ ପୀଡିତ ଥିଲେ ।

୧୯୫୯ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ଗୌରହରି ୨୦୦୦ ମସିହାରୁ ୨୦୦୯ ଯାଏଁ ବିଜେପି ପାର୍ଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀରୁ ୨ ଥର ନିର୍ବାଚନ ଜିତିଥିଲେ ।

Leave A Reply

Your email address will not be published.