Latest Odisha News

BREAKING NEWS

ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ

ଜାମସେଦପୁର: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଝାରଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଓଡିଶାର ସ୍ୱସ୍ତିତ ସାମଲ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଓଡିଶା ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ବିନିମୟରେ ୨୪୨ ରନ ସଂଗ୍ରହ କରିଛି । ସ୍ୱସ୍ତିକ ୭୯ ଓ ଗୋବିନ୍ଦ ୬୪ ରନ କରିଥିଲେ । ବିପ୍ଲବ ସାମନ୍ତରାୟ ୩୮ ଓ ସାୱନ ପହରିୟା ୧୨ ରନ କରି ଅପରାଜିତ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକ ୭, ଶୁଭ୍ରାଂଶୁ ସେନାପତି ୧୦, ଅନୀଲ ପରିଡା ୧୫ ଓ ସମ୍ବିତ ବରାଳ ୧୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ଝାରଖଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ସୌରଭ ଶେଖର ୩ଟି ଓ ଆଦିତ୍ୟ ସିଂ ୨ଟି ୱିକେଟ ନେଇଥିଲେ । ଅଙ୍କୁଲ ରାୟ ଗୋଟିଏ ୱିକେଟ ହାସଲ କରିଥିଲେ । ଏଲିଟ ଗ୍ରୁପ ଏ ପଂଏଟ ଟେବୁଲରେ ଓଡିଶା ୬ ମ୍ୟାଚରୁ ୭ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଛି । ଓଡିଶା ଏ ପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ଅପରପକ୍ଷରେ ଝାରଖଣ୍ଡ ୬ ମ୍ୟାଚରୁ ୨୫ ପଂଏଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.