Latest Odisha News

BREAKING NEWS

Delivery Boy: ବିଲ ଭିତରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ ବାପା

ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ସେ ନିଖୋଜ ଥିଲେ । ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର । ଏବେ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି । ବେକରେ ଏକ କପଡ଼ା ଗୁଡା ଯାଇଥିବା ବେଳେ ପାଖରେ ଏକ ପାଣି ବୋତଲ ଓ ସାଇକେଲ ପଡ଼ିଛି । ରାସ୍ତା ଠାରୁ ବିଲର ୧୦୦ମିଟର ଦୁରରେ ମିଳିଛି ମୃତଦେହ ।

ମୃତକ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ନିଳାମ୍ବର ଭୋଇ(୨୭ ବର୍ଷ ) । ସେ ଏକ ଅନଲାଇନ ଡେଲିଭରୀ ସଂସ୍ଥାରେ କାମ କରୁଥିଲେ । ସେ ମହାଦେବ ନଗରରେ ରହୁଥିଲେ । ଦୁଇ ଦିନ ଧରି ନିଖୋଜ ଯୋଗୁଁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ତାଙ୍କର ପରିବାର ବର୍ଗ । ହତ୍ୟା ସନ୍ଦେହ କରି ସାଇଣ୍ଟିଫିକ୍ ଟିମ୍ ଡକାଇ ପୋଲିସ ଛାନଭିନ୍‌ କରୁଛି ।

ତାଙ୍କ ପୁଅକୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ।

Leave A Reply

Your email address will not be published.