ମୁମ୍ବାଇ: ଡନ ୩ ଫିଲ୍ମରୁ ରଣବୀର ସିଂ ହଟିବା ପରେ ଏବେ ଫରହାନ ଅଖତାରଙ୍କ ସହ ତାଙ୍କ ସମ୍ପର୍କ ଖରାପ ହେବାରେ ଲାଗିଥିବା ରିପୋର୍ଟ ପ୍ରକାଶ ପାଇଛି । ମେକର୍ସ ଫରହାନ ଡନ ଓ ଡନ୨ରେ ଅଭିନୟ କରିଥିବା ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ବାଦ ଦେଇ ରଣବୀରଙ୍କୁ ନେଇଥିଲେ । ଏହା ରଣବୀରଙ୍କ ପାଇଁ ଏକ ବଡ ପ୍ରୋଜକ୍ଟ ଥିଲା । ରଣବୀର ହଠାତ କାହିଁକି ଏହି ଫିଲ୍ମ ଛାଡିଲେ ତାହା ଜଣା ପଡିନି । ଇତି ମଧ୍ୟରେ ଫରହାନ ଇନଷ୍ଟାଗ୍ରାମରେ ରଣବୀରଙ୍କୁ ଅନଫଲୋ କରିଛନ୍ତି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଅନୁମାନ କରାଯାଉଛି ।
ରଣବୀର ଡନ ୩ ଫିଲ୍ମ ଛାଡିବା ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ଏପରିକି ରଣବୀରଙ୍କ ବଦଳରେ ହ୍ରିତିକ ରୋଶନ ଓ ଶାହାରୁଖଙ୍କୁ ନେବା ପାଇଁ ଫରହାନ ଉଦ୍ୟମ କରୁଥିବା ଖବର ପ୍ରକାଶ ପାଇଛି । ପ୍ରକୃତ ସତ୍ୟ ଜାଣିବା ପାଇଁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ରଣବୀର କିମ୍ବା ଫରହାନ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ରଣବୀର ଏବେ ସଞ୍ଜୟ ଲୀଲା ଭନ୍ସାଲୀ, ଲୋକୋ ନାଗରାଜ ଓ ଅଟଲୀ କୁମାରଙ୍କ ପରି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ।