Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ର‌୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ମେଲବୋର୍ଣ୍ଣ: କାଜକସ୍ତାନର ଏଲେନା ର‌୍ୟାବକିନା ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଆରିୟାନା ସାବଲେଙ୍କାଙ୍କୁ ୬-୪, ୪-୬ ଓ ୬-୪ ସେଟରେ ପରାସ୍ତ କରିଥିଲେ । ର‌୍ୟାବକିନା ପ୍ରଥମ ସେଟକୁ ଜିତିବା ପରେ ସାବଲେଙ୍କା ଜବରଦସ୍ତ ପ୍ରତ୍ୟାବର୍ତନ କରି ଦ୍ୱିତୀୟ ସେଟକୁ ଜିତିବା ସହ ମ୍ୟାଚରେ ରୋମାଂଚ ଭରିଥିଲେ । ସଂଘର୍ଷପୂର୍ଣ୍ଣ ନିର୍ଣ୍ଣାୟକ ସେଟରେ ର‌୍ୟାବକିନା ବାଜି ମାରିଥିଲେ । ଏହା ତାଙ୍କର ପ୍ରଥମ ଅଷ୍ଟ୍ରେଲିଆନ ଓପନ ଟାଇଟଲ । ୨୦୨୩ରେ ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନ ଥିଲେ ।

୨୦୨୨ରେ ୱିମ୍ବେଲେଡନ ଜିତିବା ପରେ ଏଥର ଏଲେନା ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଅପରପକ୍ଷରେ ସାବଲେଙ୍କାଙ୍କ ନିକଟରେ ତୃତୀୟ ଥର ଅଷ୍ଟ୍ରେଲିଆନ ଓପନ ଜିତିବା ସୁଯୋଗ ଥିଲେ ମଧ୍ୟ ସେ ଏହାକୁ ହାତଛଡା କରିଥିଲେ । ୨୦୨୩ ଓ ୨୦୨୪ରେ ସେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ । ଏହା ବ୍ୟତୀତ ସେ ୨୦୨୪ ଓ ୨୦୨୫ରେ ୟୁଏସ ଓପନ ମଧ୍ୟ ଜିତିଥିଲେ ।

Leave A Reply

Your email address will not be published.