Latest Odisha News

BREAKING NEWS

ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ରବିବାର ବଜେଟ୍ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି। ବଜେଟକୁ ଐତିହାସିକା କହିବା କହିବା ସହିତ ଅନେକ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, ଏହା ଏକ ଯୁବଶକ୍ତି ବଜେଟ୍। ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ ହୋଇଛି। ବଜେଟରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ଭାରତର ସାହସୀ ଏବଂ ପ୍ରତିଭାବାନ ଯୁବପିଢ଼ିଙ୍କୁ ଏକ ମୁକ୍ତ ନିୟନ୍ତ୍ରଣ ପ୍ରଦାନ କରିବ, ଯେଉଁମାନେ ଅଭିବ୍ୟକ୍ତିରେ ପରିପୂର୍ଣ୍ଣ।

ସେ କହିଛନ୍ତି ଯେ ବଜେଟ୍ ସଂସ୍କାରକୁ ନୂତନ ପ୍ରେରଣା ଦେବ। ଏହା ଦକ୍ଷତା, ପରିମାଣ ଏବଂ ସ୍ଥାୟୀତ୍ୱକୁ ସୁଦୃଢ଼ କରିବା ପାଇଁ ଏକ ପ୍ରୟାସ। ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ନାଗରିକ, ଏବଂ ଆମେ ସେମାନଙ୍କ ଉପରେ ନିବେଶ କରିଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଅନନ୍ୟ ବଜେଟ, ଯାହା ଆର୍ଥିକ ନିଅଣ୍ଟ ହ୍ରାସ କରିବା ଉପରେ ଫୋକସ କରିଛି। ଏହା ଉଚ୍ଚ ପୁଞ୍ଜିବିନିଯୋଗ ଏବଂ ଉଚ୍ଚ ଅଭିବୃଦ୍ଧିକୁ ମଧ୍ୟ ସମନ୍ୱୟ କରେ। ଏହା ଦେଶର ବିଶ୍ୱ ଭୂମିକାକୁ ପୁନଃଜୀବିତ କରିଥାଏ।

ଅନ୍ୟପଟେ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି, ‘ଏହି ବଜେଟ ପ୍ରଧାନମନ୍ତ୍ରୀଙ୍କ ୨୦୪୭ ସୁଦ୍ଧା ଆତ୍ମନିର୍ଭର ଓ ବିକଶିତ ଭାରତ ଭିଜନକୁ ମଜଭୁତ ଆଧାର ପ୍ରଦାନ କରୁଛି। ଯେଉଁଥିରେ ସମାଜର ପ୍ରତି ବର୍ଗର ପ୍ରଗତି ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଚଳିତ ବଜେଟରେ ପ୍ରତିରକ୍ଷା ପାଇଁ ୭.୮ ଲକ୍ଷ କୋଟି ପ୍ରଦାନ କରାଯାଇଛି। ଅପରେସନ ସିନ୍ଦୂର ଐତିହାସିକ ସଫଳତା ପରେ ଏହି ବଜେଟ ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ମଜଭୁତ କରିବ।

Leave A Reply

Your email address will not be published.