Latest Odisha News

BREAKING NEWS

୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ, ଅବମାନନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ଅର୍ଥ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନେଇନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯଦି ଏହି ଚିଠି ପାଇବା ପରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ସିଂହ ପତ୍ରରେ ଦର୍ଶାଇଛନ୍ତି ।

ତେବେ ଏହି ଚିଠିରେ ବରିଷ୍ଠ ଓଏଫ୍‌ଏସ୍‌ ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା ସାହୁ, ପଦ୍ମଜ୍ୟୋତି ସାହୁ, ବିଚିତ୍ର ଗମାଙ୍ଗୋ, ବିରଞ୍ଚି ମହାନନ୍ଦିଆ, ପଦ୍ମାବତୀ ନାୟକ ଓ ବିଭୂତେନ୍ଦୁ ପ୍ରତାପ ଲେଙ୍କାଙ୍କ ନାମ ରହିଛି । ଯଦି ଚିଠି ପାଇବାର ୭ଦିନ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦିଅନ୍ତି କିମ୍ବା ବିଭାଗକୁ ଅବଗତ ନ କରାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂହ ଦର୍ଶାଇଛନ୍ତି ।

ଅର୍ଥବିଭାଗ ଅନୁସଚିବ ସୁନେଇନା ସିଂହ କହିଛନ୍ତି ଯେ, ଏହା ପୂର୍ବରୁ ୨୦୨୫ ଅକ୍ଟୋବର ୧୬ ଏବଂ ୨୪ରେ ଦୁଇଥର ବିଜ୍ଞପ୍ତି ଜାରି ହେବା ସହିତ ମୌକ୍ଷିକ ଭାବେ କୁହାଯାଇଛି । ମାତ୍ର ସମ୍ପୃକ୍ତ ଅଧିକାରୀ ନିଜ ସ୍ଥାନ ଛାଡୁ ନାହାନ୍ତି। ଅଧିକାରୀମାନେ ବଦଳି ସ୍ଥାନରେ ଯୋଗ ନ ଦେବା ଯୋଗୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ସରକାରୀ ବିଶୃଙ୍ଖଳା ଭାବେ କାହିଁକି ଗ୍ରହଣ କରା ନ ଯିବ ।

Leave A Reply

Your email address will not be published.