ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୱାର୍ମଅପ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ୱାର୍ମଅନ ମୁକାବିଲା ଫେବୃୟାରୀ ୨ରୁ ୬ ପର୍ଯ୍ୟନ୍ତ ଖେଳାଯିବ । ୭ଟି ଅଲଗା ଅଲଗା ଭେନ୍ୟୁରେ ଏହି ମ୍ୟାଚଗୁଡିକ ଖେଳାଯିବ । ଇଂଲଣ୍ଡ ଟିମ ୱାର୍ମଅପ ମ୍ୟାଚ ଖେଳିବ ନାହିଁ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ଭାରତ ଗୋଟିଏ ଲେଖାଏଁ ୱାର୍ମଅପ ମ୍ୟାଚ ଖେଳିବେ । ଫେବୃୟାରୀ ୪ରେ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକ ବିପକ୍ଷରେ ଭାରତ ଖେଳିବ । ତେବେ ବାକି ୨ଟି ମ୍ୟାଚ ଭାରତ ଏ ଟିମ ଖେଳିବ ।
ବିସିସିଆଇ ଏଥିପାଇଁ ଭାରତ ଏ ଟିମର ଘୋଷଣା କରିଛି । ତିଳକ ବର୍ମାଙ୍କୁ ଏହି ମ୍ୟାଚ ମାଧ୍ୟରେ ଫିଟନସେ ସାବ୍ୟସ୍ତ କରିବାକୁ ହେବ । ଫେବୃୟାରୀ ୭ରୁ ବିଶ୍ୱକପ ଆରମ୍ଭ ହେବ । ପ୍ରଥମ ମ୍ୟାଚ ପାକିସ୍ତାନ-ନେଦରଲଣ୍ଡ ଓ ଦ୍ୱିତୀୟ ମ୍ୟାଚ ଭାରତ ଓ ଆମେରିକାେ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ଆୟୋଜିତ ହେବ । ଭାରତ ବିପକ୍ଷରେ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ମନା କରିଦେଇଛି ।
ଭାରତ ଏ ଟିମ: ଆୟୂଷ ବଡାନୀ (ଅଧିନାୟକ), ନମନ ଧୀର, ଆଶୁତୋଷ ଶର୍ମା, ପ୍ରିୟାଂଶ ଆର୍ଯ୍ୟ, ଏନ.ଜଗଦୀଶ, ତିଳକ ବର୍ମା, ରିୟାନ ପରାଗ, ମାନବ ସୁଥାର, ଅଶୋକ ଶର୍ମା, ଉମ୍ବିଲ ପଟେଲ, ଗୁରୁଜନପୀତ ସିଂ, ବିପରାଜ ନିଗମ, ରବି ବିଶ୍ନୋଇ, ଖଲୀଲ ଅହମ୍ମଦ ଓ ମୟଙ୍କ ଯାଦବ ।