Latest Odisha News

BREAKING NEWS

ଫୁଏଲ କଣ୍ଟ୍ରୋଲ ସ୍ୱିଚରେ ତ୍ରୁଟି, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଫ୍ଲିଟରେ ଥିବା ଏକ ବୋଇଂ ୭୮୭ ଡ୍ରିମଲାଇନର ବିମାନ ପୁଣି ଥରେ ଏକ ଗୁରୁତର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ତେବେ ଏହି ତ୍ରୁଟି ଲଣ୍ଡନ ହିଥ୍ରୋରୁ ବେଙ୍ଗାଲୁରୁ ଯାଉଥିବା ବିମାନ ଏଆଇ୧୩୨ର ଉଡ଼ାଣ ପୂର୍ବରୁ ହିଁ ଚିହ୍ନଟ ହୋଇଥିଲା। ଏହା କିଛି ସମୟ ପୂର୍ବରୁ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ AI୧୭୧ ସହିତ ସମାନ ଥିବା ସୂଚନା ମିଳିଛି। ଫେବୃଆରୀ ୧ ତାରିଖରେ ଯେତେବେଳେ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ବିମାନ ବେଙ୍ଗାଲୁରୁ ପାଇଁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା। ସେତେବେଳେ ପାଇଲଟମାନେ ଇଞ୍ଜିନ ଆରମ୍ଭ କରିବା ସମୟରେ ଏକ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ଅନୁଯାୟୀ, ବିମାନର ବାମ ଇଞ୍ଜିନରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ଲକ୍ ହେଉନଥିଲା। ଯେତେବେଳେ ପାଇଲଟମାନେ ଏହାକୁ ‘RUN’ ମୋଡ୍ ରେ ସେଟ୍ କରିଥିଲେ, ଏହା ସ୍ୱୟଂଚାଳିତ ଭାବରେ ‘CUTOFF’ ହୋଇଯାଇଥିଲା। ତେବେ ଯଦି ଏହା ସମୟରେ ଉଡ଼ାଣ ଭରିଥାନ୍ତା ତାହେଲେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାନ୍ତା। ତେଣୁ ବିପଦକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ ନକରିବାକୁ କ୍ରୁ ନିଷ୍ପତ୍ତି ନେଇଥିଲେ।

ତେବେ ଡ୍ରିମଲାଇନର ପାଇଁ ଏହା ପ୍ରଥମ ସମସ୍ୟା ନୁହେଁ।ଫ୍ଲାଇଟ୍ AI-୧୭୧ ରେ ମଧ୍ୟ ଏକ ଢିଲା ଏବଂ ଅନଲକ୍ ହୋଇଥିବା ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ସମ୍ପର୍କରେ ସମାନ ଅଭିଯୋଗ ଦାଖଲ କରାଯାଇଥିଲା। ଉଭୟ ମାମଲାରେ ଚିହ୍ନଟ ହୋଇଥିବା ସମସ୍ୟାଗୁଡ଼ିକ ବୋଇଂ ଡିଜାଇନ୍ ତ୍ରୁଟିକୁ ଇଙ୍ଗିତ କରୁଛି ଯାହାକ ନେଇ ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ୨୦୧୮ ରେ ଏକ ଚେତାବନୀ ଜାରି କରିଥିଲା। ସେହି ସମୟରେ FAA ସ୍ପଷ୍ଟ ଭାବରେ କହିଥିଲା ଯେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ରେ ଘର୍ଷଣ ହ୍ରାସ ହେବା ଦ୍ୱାରା ସେଗୁଡ଼ିକ ସ୍ୱୟଂଚାଳିତ ଭାବରେ କଟଅଫ୍ ସ୍ଥିତିରେ ପ୍ରବେଶ କରିପାରେ, ଯାହା ଫଳରେ ଉଡ଼ାଣ ମଧ୍ୟରେ ଇଞ୍ଜିନ୍ ବନ୍ଦ ହେବାର ମଧ୍ୟ ସମ୍ଭାବନା ରହିପାରେ। ତେବେ DGCAର ନିର୍ଦ୍ଦେଶ ଅନୁଯାୟୀ, ପୂର୍ବରୁ ସମ୍ପୂର୍ଣ୍ଣ ବୋଇଂ ୭୮୭ ଫ୍ଲିଟ୍ ଯାଞ୍ଚ ହୋଇସାରିଥିଲା ଏବଂ ସମସ୍ତ ବିମାନ ସୁରକ୍ଷିତ ଥିବା ଜଣାପଡିଥିଲା ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଯଦି ଯାଞ୍ଚ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ସବୁକିଛି ଠିକ୍ ଥିଲା, ତେବେ AI୧୩୨ ରେ ସମାନ ତ୍ରୁଟି କଣ ପାଇଁ ଦେଖାଗଲା ବୋଲି ବର୍ତ୍ତମାନ୍ ପ୍ରଶ୍ନ ଉଠୁଛି।ଏହି ଘଟଣା ପରେ ଏୟାରଲାଇନ୍ DGCA କୁ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଛି। ସମ୍ପୃକ୍ତ ବିମାନ VT-ANXକୁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଏକ ସମ୍ପୂର୍ଣ୍ଣ ବୈଷୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.