ଭୁବନେଶ୍ବର:ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢାଇଲେ ସରକାର । ବେଆଇନ ଖଣି ଖନନ ଉପରେ ରୋକ ଏବଂ ରାଜସ୍ୱ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି । ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ ୨ ଗୁଣ କରିବାକୁ ସରକାର ପକ୍ଷରୁ ନିଷ୍ପତି ନିଆଯାଇଛି। ନୂଆ ଶୁଳ୍କ ଲାଗୁ ହେବା ପରେ ରାଜ୍ୟ କୋଷାଗାରକୁ ଅଧିକ ଅର୍ଥ ଆସିବ ।
ବେଆଇନ ଖଣି କାରବାର ଓ ତଥ୍ୟ ଲୁଚାଇବା: ବାଲି, ପଥର, ମୋରମ ଓ ଲାଟେରାଇଟ୍ ଭଳି ଲଘୁ ଖଣିଜ କ୍ଷେତ୍ରରେ ହେଉଥିବା ଚୋରା କାରବାର ଏବଂ ରୟାଲଟି ଫାଙ୍କିବା ପ୍ରଥାକୁ ରୋକିବା ପାଇଁ ଏହି କଠୋର ନିୟମ ଅଣାଯାଇଛି । ପୂର୍ବରୁ କୌଣସି ଶକ୍ତ ଆର୍ଥିକ ଜରିମାନା ନଥିବାରୁ ଉଲ୍ଲଂଘନକାରୀମାନେ ବାରମ୍ବାର ନିୟମ ଭାଙ୍ଗୁଥିଲେ ।