Latest Odisha News

BREAKING NEWS

Naxalite Surrender: କ୍ୟାଡର ମାଓବାଦୀର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର

ମାଲକାନଗିରି: କ୍ୟାଡର ମାଓବାଦୀ ସୁକରାମର ଆତ୍ମସମର୍ପଣ। SLR ଓ ବିପୁଳ ମାଓ ସାମଗ୍ରୀ ସହ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ। ଏରିଆ କମିଟି ମେମ୍ବର ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର। ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ।

ପଟେ ଆତ୍ମସମର୍ପଣ ପରେ ଏସପି ବିନୋଦ ପାଟିଲ କହିଛନ୍ତି ୧୬ ବର୍ଷ ଧରି ସେ ହିଂସାକାଣ୍ଡରେ ସାମିଲ ଥିଲା । ତେବେ ନକ୍ସଲ ରାସ୍ତା ଛାଡି ଅନ୍ୟମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନ୍ୟ ନକ୍ସଲଙ୍କୁ ସେ ଅପିଲ କରିଛନ୍ତି । ସୁଖରାମ, ସୁରେଶ କିମ୍ବା ଯୋଗେଶ ନାମରେ ଜଣାଶୁଣା । ଏହି କ୍ୟାଡର ମାଓବାଦୀ କାଙ୍ଗେରଘାଟି ଏରିଆ କମିଟିର କମାଣ୍ଡର ଏବଂ ଛତିଶଗଡ଼ର ସୁକମା ଜିଲ୍ଲାର ପୁଷ୍ପାଳ ଥାନା ଅନ୍ତର୍ଗତ ଗୋବିନ୍ଦପାଲ ଗ୍ରାମର ବାସିନ୍ଦା ।

ଆତ୍ମସମର୍ପଣ ସମୟରେ, ଗୋଟିଏ SLR ରାଇଫଲ୍, ୧୨ ରାଉଣ୍ଡ ୭.୬୨ ଏମଏମ ଗୁଳି, ଗୋଟିଏ ମାଗାଜିନ୍, ଦୁଇଟି IED (୨ କିଲୋଗ୍ରାମ), ୧୦ ମିଟର କୋଡେକ୍ସ ତାର, ଛଅଟି କ୍ରାକର, ଗୋଟିଏ ଇଲେକ୍ଟ୍ରିକ୍ ତାର, ଗୋଟିଏ ହାଭରସ୍ୟାକ୍, ଗୋଟିଏ ହ୍ୱିସିଲ୍ କୋଡ୍, ଗୋଟିଏ ଯୋଡ଼ା ମାଓ ୟୁନିଫର୍ମ, ଦୁଇ ମିଟର ଲାଲ କପଡା, ଗୋଟିଏ ତାରପୋଲିନ୍ ଏବଂ ବ୍ୟାଟେରୀ ସହିତ ଏକ ଟର୍ଚ୍ଚଲାଇଟ୍ ଜବତ କରାଯାଇଛି ।

Leave A Reply

Your email address will not be published.