Latest Odisha News

BREAKING NEWS

ଡନ ୩, କ୍ରିଶ ୪ରେ ହେବକି ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତନ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କାର ଚୋପ୍ରାଙ୍କ ଏକ ସାକ୍ଷାତକାର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ସାକ୍ଷାତକାରରେ ଡନ ୩ ଓ କ୍ରିଶ ୪ ଫିଲ୍ମରେ ସେ ଅଭିନୟ କରିବେ କି ନାହିଁ ତାର ସୂଚନା ମଧ୍ୟ ମିଳିଛି । ତାଙ୍କୁ ଯେତେବେଳେ ଏହା ସମ୍ପର୍କରେ ପଚରାଗଲା ସେ ହସି କରି କହିଥିଲେ, ମୁଁ ଏହି ଦୁଇ ଫିଲ୍ମ ସମ୍ପର୍କରେ ଆଲୋଚନରା କରିପାରିବି ନାହିଁ । ଏହା ଶୁଣି ପାଖରେ ଥିବା ସାଉଥ ସୁପରଷ୍ଟାର ମହେଶ ବାବୁ କହିଥିଲେ, ତାହା ହେଲେ କିଛି ହେଉଛି । ସେ ଏହା ଦୁଇ ଥର କହିବା ପରେ ପ୍ରିୟଙ୍କା ହସି ମନା କରୁଥିବା ଦେଖିବାକୁ ମିଳିଥିଲା ।

ମହେଶ ବାବୁ ଓ ପ୍ରିୟଙ୍କା ଚୋପ୍ରା ଏବେ ଏସଏସ ରାଜମୌଲୀଙ୍କ ବାରାଣାସୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତିି । ୬ ବର୍ଷ ପରେ ମୁଁ ଭାରତରେ କାମ କରୁଛି । ମୋତେ ନାଚିବାକୁ ସୁଯୋଗ ମିଳିଥିବାରୁ ବେଶ ଖୁସୀ ଅଛି । ହଲିଉଡ ଫିଲ୍ମରେ ମୋତେ ଏହି ସୁଯୋଗ ମିଳି ନ ଥିଲା ବୋଲି ସେ ହସି କରି କହିଛନ୍ତି । ଡନ ୩ ଫିଲ୍ମ ଏବେ ହୋଲ୍ଡରେ ରହିଛି । ଫରହାନ ଅଖତାର ଏବେ ଏହାକୁ ବନ୍ଦ କରି ଜୀ ଲେ ଜରା ଫିଲ୍ମର ଶୁଟିଂରେ ବ୍ୟସ୍ତ ରହିଛି । ଏଥିରେ ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଛନ୍ତି ।

Leave A Reply

Your email address will not be published.