Latest Odisha News

BREAKING NEWS

‘Spider Thief’ Satish Acquitted: ନିରଞ୍ଜନଙ୍କ ଘରୁ ଚୋରି ଘଟଣା: ନିର୍ଦ୍ଦୋଷରେ ଖଲାସ ହେଲା ସ୍ପାଇଡର ସତୀଶ

ଭୁବନେଶ୍ବର:ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଜେଏମଏଫସି କୋର୍ଟରେ ଶୁଣାଣି ହୋଇଛି । ଏହି ହାଇପ୍ରୋଫାଇଲ ଲୁଟ ଘଟଣାରେ ଗିରଫ ସ୍ପାଇଡର ସତୀଶଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଭୁବନେଶ୍ବର ଜେଏମଏଫସି କୋର୍ଟ-୩ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ଘରୁ ଗତବର୍ଷ ଜାନୁଆରୀ ୨୪ରେ ଚୋରି ହୋଇଥିଲା । ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସ୍ପାଇଡର ସତୀଶଙ୍କୁ ଭୁବନେଶ୍ବର ଜେଏମଏଫସି କୋର୍ଟ-୩ ଦୋଷମୁକ୍ତ କରିଛନ୍ତି ।

ସୂଚନାଥାଉକି, ସୁନା ଗହଣା ସହ କିଛି ନଗଦ ଅର୍ଥ ଚୋରି ନେଇ ଅଭିଯୋଗ ହୋଇଥିଲା । କମିଶନରେଟ ପୋଲିସ ତଦନ୍ତର ଦିଗ ଆଗକୁ ବଢାଇବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ପରବର୍ତ୍ତୀ ସମୟରେ କରି ସତୀ ବାବୁ ଓରଫ ସ୍ପାଡର ସତୀଶଙ୍କୁ ଗିରଫ କରିଥିଲା ପୋଲିସ । ସ୍ପାଇଡର ସତୀଶର ବୟସ ୪୦ ବର୍ଷ ।

Leave A Reply

Your email address will not be published.