Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଆମେରିକା ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ଚାମ୍ପିୟନ ଭାରତ ଘରୋଇ ପରିବେଶରେ ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ । ଗ୍ରୁପ ପର୍ଯ୍ୟାୟରେ ଆମେରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଟାଇଟଲ ହାସଲ କରିଥିଲା । ଟୁର୍ଣ୍ଣାମେଂଟ ଇତିହାସରେ କୌଣସି ଟିମ କ୍ରମାଗତ ୨ ଥର କିମ୍ବା ଘରୋଇ ପରିବେଶରେ ଚାମ୍ପିୟନ ହୋଇ ନାହିଁ । ଟିମ ଇଣ୍ଡିଆ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ଓହ୍ଲାଇବ । ଗ୍ରୁପ ଏରେ ଭାରତ, ପାକିସ୍ତାନ, ଆମେରିକା ନେଦରଲାଣ୍ଡ ଓ ନାମ୍ବିଆ ରହିଛନ୍ତି । ୱାଙ୍ଖେଡରେ ଆମେରିକାକୁ ଭେଟିବ ଭାରତ । ଏହା ପରେ ୧୨ରେ ନାମ୍ବିଆକୁ ଭେଟିବ ।

ଫେବୃୟାରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ ବୋଲି ସ୍ଥିର ହୋଇଛି । ପାକିସ୍ତାନ ଏହି ମ୍ୟାଚ ଖେଳିବ ନାହିଁ ବୋଲି ଘୋଷଣା କରିଛି । ୧୮ରେ ନେଦରଲାଣ୍ଡକୁ ଭେଟିବ ଭାରତ । ୪ଟି ଗ୍ରୁପରୁ ୨ଟି ଲେଖାଏଁ ଟିମ ସୁପର ୮ରେ ପ୍ରବେଶ କରିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି୨୦ରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଟି୨୦ ର‌୍ୟାଙ୍କିଙ୍ଗରେ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରରେ ଭାରତର ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବର୍ତମାନ ୨୦୨୪ ବିଶ୍ୱକପ ଟାଇଟଲ ଜିତିଥିବା ଦଳରେ ୮ଜଣ ଖେଳାଳି ରହିଛନ୍ତି । ଏଥର ୭ଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି ।
ଟି୨୦ ବିଶ୍ୱକପ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅକ୍ଷର ପଟେଲ, ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତି, କୂଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଓ ରିଙ୍କୁ ସିଂ ।

Leave A Reply

Your email address will not be published.