Latest Odisha News

BREAKING NEWS

ପୁରୁଣା ଗାଡି କିଣାବିକା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଲେ STA

ଭୁବନେଶ୍ୱର: ଅଣସ୍ୱୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ପୁରୁଣା ଗାଡ଼ି କିଣାବିକା କରନ୍ତୁ ନାହିଁ । କ୍ରେତା ଓ ବିକ୍ରେତା ଉଭୟଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA), ଓଡ଼ିଶା ପକ୍ଷରୁ ପରାମର୍ଶ ଜାରି କରାଯାଇଛି । STA ପକ୍ଷରୁ ସୂଚନା ଦିଆଯାଇଛି ଯେ, ବ୍ୟବହୃତ ଗାଡ଼ି ବିକ୍ରି କିମ୍ବା କିଣିବା ପାାଇଁ ଯେଉଁ ଡିଲରଙ୍କ ମାଧ୍ୟମରେ କରାଯାଉଛି, ଉକ୍ତ ଡିଲର ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ବାଧ୍ୟତାମୂଳକ ।

ବିନା ସ୍ୱୀକୃତିରେ କୌଣସି ଡିଲର ଯାନବାହନ କିଣାବିକା କରିବା ମୋଟର ଯାନ ଆଇନ୍ ଅନୁଯାୟୀ ବେଆଇନ ବୋଲି STA କହିଛି ।

ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, କୌଣସି ଡିଲର ନିୟମ ଉଲ୍ଲଂଘନ କରିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି STA ପକ୍ଷରୁ କୁହାଯାଇଛି।

ବ୍ୟବହୃତ ଗାଡ଼ି କିଣିବା ବେଳେ ସମ୍ପୃକ୍ତ ଡିଲର ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ କି ନୁହେଁ, ନିଶ୍ଚୟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ପରିବହନ ବିଭାଗର VAHAN ପୋର୍ଟାଲରେ ପ୍ରତ୍ୟେକ RTO ଅଧୀନରେ ସ୍ୱୀକୃତିପ୍ରାପ୍ତ ଡିଲରଙ୍କ ତାଲିକା ଉପଲବ୍ଧ ରହିଛି ।

ସେହିପରି ଗାଡ଼ି ବିକ୍ରୟ ପାଇଁ ଡିଲରଙ୍କୁ ଦେବା ସମୟରେ ଡିଲରଙ୍କ ନାମରେ ଡିମାଣ୍ଡ ଓନରଶିପ୍ (Deemed Ownership) ହେବା ଅବଶ୍ୟକ। ଏହା ଗାଡ଼ି ବିକ୍ରୟ ଅବଧିରେ ଘଟୁଥିବା କୌଣସି ଅଘଟଣ ପାଇଁ ମୂଳ ଗାଡ଼ି ବିକ୍ରେତାଙ୍କୁ ସୁରକ୍ଷା ଦେବ ଓ ଠକେଇ ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସିଲେ ତଦନ୍ତ ପ୍ରକ୍ରିୟାରେ ସହାୟକ ହୁଏ।

ଏହାସହ ପୁରୁଣା ଗାଡ଼ିର ମାଲିକାନା ହସ୍ତାନ୍ତର, ନୂଆ ଗାଡ଼ି ପଞ୍ଜିକରଣ, ପୁନଃପଞ୍ଜିକରଣ ସହିତ ସମସ୍ତ ପରିବହନ ସେବା ପାଇଁ କେବେ ବି କୌଣସି ଦଲାଲ / ଏଜେଣ୍ଟଙ୍କୁ ବେଆଇନ ଭାବେ ଟଙ୍କା ଦିଅନ୍ତୁ ନାହିଁ ।

କୌଣସି ପ୍ରକାର ଠକାମିର ଶିକାର ହେଲେ, ପୋଲିସ କିମ୍ବା RTO ରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.