ଭୁବନେଶ୍ବର: ଓଡ଼ିଆ ନାବିକ ନିଖୋଜ ଘଟଣା ୨ ଦେଶ ସହ ଆରମ୍ଭ ହେଲା ମିଳିତ ସର୍ଚ୍ଚ ଅପେରସନ । ସିଙ୍ଗାପୁର ଓ ମରିସସ ସହ ସର୍ଚ୍ଚ ଅପରେସନ ଆରମ୍ଭ ନେଇ ସିପିଙ୍ଗ ଡିଜିଙ୍କ ସୂଚନା । ପ୍ରେସ ରିଲିଜ ଜରିଆରେ ଓଡ଼ିଶା ସରକାରଙ୍କ ଚିଠିର ଜବାବ ରଖିଲେ ଡିଜି ।

MRCC ସହାୟତାରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପେରସନ ଜାରି ରହିଛି । ନିଖୋଜ ନାବିକଙ୍କ ଖୋଜିବା ସମସ୍ତ ସାହଯ୍ୟ ସହଯୋଗ ନେଇ ପ୍ରତିଶ୍ରୁତି । ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ନେଇ ସୂଚନା ଦେଇଛନ୍ତି । ‘ଜାହଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଚଳନ୍ତା ଜାହାଜରୁ ନିଖୋଜ ହୋଇଯାଇଛନ୍ତି ଓଡିଆ ମେରାଇନ ଇଞ୍ଜିନିୟର ସାର୍ଥକ । ଘଟଣାକୁ ୪ ଦିନ ବିତିଗଲାଣି । ସମୁଦ୍ର ଗର୍ଭରେ ୫୫ ଘଣ୍ଟାରୁ ଅଧିକ ଧରି ଜାରି ରହିଛି ସର୍ଚ୍ଚ ଅପରେସନ୍ । ହେଲେ ଏବେ ଯାଏଁ ପୁଅର ପତ୍ତା ମିଳୁନଥିବାବେଳେ, ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ସାର୍ଥକଙ୍କ ମାଆ ।
ତେବେ ୪ଟି ପାଣି ଜାହାଜ ଓ ଗୋଟିଏ ବିମାନ ସାହାଯ୍ୟରେ ସାର୍ଥକଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଇଥିବା ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ କହିଛି । ୧୬୯ ନଟିକାଲ୍ ବର୍ଗ ମାଇଲ୍ ଅଞ୍ଚଳରେ ଖୋଜା ଚାଲିଛି । ୫୫ ଘଣ୍ଟାରୁ ଅଧିକ ସମୟ ଧରି ତଲାସୀ ଚାଲିଥିବା ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ, କିଛି ଦିନ ମଧ୍ୟରେ ସିପ୍ ସିଙ୍ଗାପୁରରେ ପହଞ୍ଚିବ ବୋଲି କହିଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ । ଜାହାଜ ପହଞ୍ଚିଲା ପରେ ସାର୍ଥକ ନିଖୋଜ ଘଟଣାର ଖୋଳତାଡ଼ ହେବ । ସେହି ସମୟରେ ଉପସ୍ଥିତ ରହିବାକୁ ପରିବାର ସଦସ୍ୟଙ୍କୁ ନିବେଦନ କରିଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନୀ ।