ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ଳେ ସ୍କୁଲ୍ ସାଇ ଆଙ୍ଗନ୍ର ସାଂସ୍କୃତିକ ବାର୍ଷିକ ଉତ୍ସବ କନ୍ଫ୍ଲୁଏନ୍ସ-୨୦୨୬ ଇନ୍ଦ୍ରପ୍ରସ୍ଥ ଅଡିଟୋରିଅମ୍ରେ ଫେବୃୟାରୀ ୫ରୁ ୭ ତିନିଦିନ ଧରି ଚାଲିଥିଲା। ଏଜୁକେଶନ୍ୱାର୍ଲ୍ଡ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୬ ସାଇ ଆଙ୍ଗନକୁ ଲଗାତର ଅଷ୍ଟମ ଥର ପାଇଁ ଓଡିଶାର ନମ୍ବର-୧ ପ୍ରି ସ୍କୁଲ ଭାବରେ ବିବେଚିତ କରିଛି।
ପ୍ଲେ ଗ୍ରୁପ୍ରୁ ତୃତୀୟ ଶ୍ରେଶୀର ପିଲାମାନଙ୍କୁ “ଉଡାଣ ଅ୧୦୦ଇଣ୍ଡିଆ ରାଇଜିଂ” ଏକ ପ୍ରେରଣାଦାୟୀ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ୨୦୪୭ରେ ପାଳନ ହେବାକୁ ଥିବା ସ୍ୱାଧୀନତାର ୧୦୦ବର୍ଷ ଯାତ୍ରାକୁ ପିଲାମାନଙ୍କ ମଧ୍ୟରେ ସ୍ମରଣ କରାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁନିକୁନି ପିଲାମାନଙ୍କୁ ନେଇ ହୃଦୟସ୍ପଶୀ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସାଇ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍ର ଚେୟାରପର୍ସନ ଡ଼ଃ ଶିଳ୍ପୀ ସାହୁ କହିଛନ୍ତି ଯେ, ସାଇ ଆଙ୍ଗନ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେ ଅଭିଭାବକ, ଶିକ୍ଷକ ଓ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। କନ୍ଫ୍ଲୁଏନ୍ସରେ ଭାଗ ନେଇଥିବା କୁନି କୁନି ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ “ଉଡାଣ ଅ୧୦୦ଇଣ୍ଡିଆ ରାଇଜିଂ” ଗଭୀର ପ୍ରତିଭାର ପ୍ରତିଫଳନ। ଏହା ଅସୀମ ସୃଜନଶୀଳତା ଏବଂ ସାଂସ୍କୃତିକ ବିିବିଧତାର ଏକ ଉଲ୍ଲାସପୃର୍ଣ୍ଣ କାର୍ଯକ୍ରମ। ପାଠପଢା ସହିତ ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକାଶ କରିବା ପାଇଁ ସ୍କୁଲ ସଦାସର୍ବଦା ଚେଷ୍ଟା କରି ଆସୁଛନ୍ତି।

ଅପରପକ୍ଷରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସେକେଣ୍ଡାରୀ ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ସାହୁ ଓ ସାଇ ଆଙ୍ଗନ୍ ପ୍ରିନ୍ସିପାଲ ରଶ୍ମି ପାଣ୍ଡେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।