Latest Odisha News

BREAKING NEWS

Marijuna Seized: କାଲିମେଳା ପୋଲିସକୁ ବଡ଼ ସଫଳତା, କୋଟିଏ ଟଙ୍କାର ନୀଳ ଜହର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ୧ କୁଇଣ୍ଟାଲ ୨୫୦ କେଜିର ଗଞ୍ଜେଇ ଜବତ କରିଛି କାଲିମେଳା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ହୋଇଥିବା ସୂଚନା । ତେବେ କାରବାରରେ ଜଡିତ କାହାକୁ ଗିରଫ କରାଯାଇପାରିନାହିଁ ।

ଭେଜାଙ୍ଗିୱାଡା ଅଞ୍ଚଳରେ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବାନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଉକ୍ତ ଜବତ ଗଞ୍ଜେଇ ୫୪ ଟି ପ୍ଲାଷ୍ଟିକ ବ୍ୟାଗରେ ଗଛିତ ହୋଇଥିଲା ।

କାଲିମେଳା ପୋଲିସ ଥାନାରେ ଏ ନେଇ ଏକ ଏନଡ଼ିପିଏସ୍ ମାମଲା ରୁଜୁ କରାଯାଇଛି । ଏତେ ପରିମାଣର ଗଞ୍ଜେଇ କାହାର ଓ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି କାଲିମେଳା ପୋଲିସ ।

Leave A Reply

Your email address will not be published.