Latest Odisha News

BREAKING NEWS

Lice Infestation: ଉକୁଣୀ ନେଲା ନାବାଳିକାର ଜୀବନ !

ପୁରୀ: ଉକୁଣୀ ପାଇଁ ଚାଲିଗଲା କୁନି ଝିଅର ଜୀବନ। ପରିବାର ଲୋକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ ବର୍ଷିୟା ନାବାଳିକାର ଅକାଳରେ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ। ମୃତକ ହେଲେ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ।

ସୂଚନା ଅନୁସାରେ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା। ମା’ ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ। ହେଲେ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ। ଏହାରି ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ।

ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକେ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା । ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.