Latest Odisha News

ଟି୨୦ ବିଶ୍ୱକପ ପରେ ଖୁଲାସା ହେବ ଆଇସିସି-ପିସିବିର ସିକ୍ରେଟ ଡିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ହସ୍ତକ୍ଷେପ ପରେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସହ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ରାଜି ହୋଇଛି । ପୂର୍ବରୁ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ରାଜି ହୋଇ ନ ଥିଲା । ଏବେ ସବୁ କିଛି ଠିକ ହେବା ପରେ ଆଇସିସି ପିସିବି ସହ କିଛି ସିକ୍ରେଟ ଡିଲ କରିଥିବା ଅନୁମାନ କରାଯାଉଛି । ଟି୨୦ ବିଶ୍ୱକପ ପରେ ଏହି ଡିଲର ଖୁଲାସା ହେବ ବୋଲି ରିପୋର୍ଟ ପ୍ରକାଶ ପାଇଇି । ବହିଷ୍କାର ନିଷ୍ପତିରୁ ଓହରିବା ପାଇଁ ପିସିବିକୁ ପରୋକ୍ଷରେ ପ୍ରଲୋଭନ ଦିଆଯାଇଥିବା ଅନୁମାନ କରାଯାଉଛି । ସେହିଭଳି ବାଂଲାଦେଶ କ୍ରିକେଟ ବୋର୍ଡ ବିରୋଧରେ ମଧ୍ୟ ଆଇସିସି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହିଁ ।

ଏପରିକି ୨୦୨୮ରୁ ୨୦୩୧ ମଧ୍ୟରେ ବାଂଲାଦେଶକୁ ଏକ ବଡ ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ପ୍ରଦାନ କରାଯିବ ବୋଲି ଆଇସିସି ଆଶ୍ୱାସନା ଦେଇଛି । ବାଂଲାଦେଶ ମଧ୍ୟ ସୁରକ୍ଷା କାରଣ ଦର୍ଶାଇ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ରାଜି ହୋଇ ନ ଥିଲା । ପରେ ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସାମିଲ କରାଯାଇଥିଲା । ଶ୍ରୀଲଙ୍କା ରାଷ୍ଟ୍ରପତି ଅନୂର କୁମାର ଦିସାନାୟକେ ଏବଂ ବାଂଲାଦେଶ ବୋର୍ଡର ହସ୍ତକ୍ଷେପ ଯୋଗୁ ଏହି ବିବାଦର ସମାଧାନ ହୋଇଥିବା ଅନୁମାନ କରାଯାଉଛି । ରିପୋର୍ଟ ମୁତାବକ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହୋଇ ନ ଥିଲେ ୧୫୭୫ କୋଟି ଟଙ୍କାର କ୍ଷତି ଘଟିଥାନ୍ତା ।

Leave A Reply

Your email address will not be published.