Latest Odisha News

BREAKING NEWS

ଜାତୀୟସ୍ତରୀୟ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାକୁ ବ୍ରୋଞ୍ଜ୍ ପଦକ

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ବର୍ଷରୁ କମ୍ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରମାନେ ବ୍ରୋଞ୍ଜ ପଦକ ହାସଲ କରିଛି । ପଞ୍ଜାବକୁ ୩/୦ ରନରେ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା ।

ଏହି ପ୍ରତିଯୋଗିତା ଫେବୃଆରୀ ୪ ରୁ ୮ତାରିଖ ଯାଏଁ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ମୋଟ୍ ୧୬ଜଣିଆ ଟିମ୍ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତାରେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.