Latest Odisha News

BREAKING NEWS

ପିପିଲି କିନ୍ନର ମର୍ଡର ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ

ପୁରୀ: ପିପିଲି କିନ୍ନର ମର୍ଡର୍ କେଶ୍ ଘଟଣା । ଅଭିଯୁକ୍ତ କୃଷ୍ଣ କାଣ୍ଡିକୁ ଏନକାଉଣ୍ଟର କଲା ପୋଲିସ । ଅଭିଯୁକ୍ତ ଜଣକ ଗଡ ରୁପାସର । ପିପିଲି ତରାକାଜ ବ୍ରିଜ ନିକଟରେ ହୋଇଛି ଏହି ଏନକାଉଣ୍ଟର । ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । ପିପିଲି ଥାନା କେସ ନମ୍ୱର୍ 73/26 ରେ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଲାଇଛି ପୋଲିସ ।

ସୂଚନାଯୋଗ୍ୟ, ପୁରୀ ଜାତୀୟ ରାଜପଥ ସିଫା ନିକଟରେ କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ମୃତକ ଜଣଙ୍କ ହେଉଛନ୍ତି ସାଲେପୁର ଅଞ୍ଚଳର ୨୫ ବର୍ଷୀୟ ଅଞ୍ଜଳୀ । ଅଭିଯୋଗ ପତ୍ରରେ ନାମ ସୋନା ଲେଖା ହୋଇଛି, କିନ୍ତୁ ପରିବାର ଲୋକେ ମୃତକଙ୍କ ନାମ ଦିନେଶ ବୋଲି କହିଛନ୍ତି । ସେ ଭୁବନେଶ୍ୱରରେ ଯୋଗ ଶିକ୍ଷା ଦେଉଥିଲେ । କିଛି ଦୁର୍ବୃତ୍ତ କିନ୍ନରଙ୍କୁ ହତ୍ୟା କରିଥିବା ପିପିଲି ଥାନାରେ ଅଭିଯୋଗ ହୋଇଥିଲା ।

ଫେବୃଆରୀ ୧ ତାରିଖ ରବିବାର ରାତିରେ ଏହି ଘଟଣା ଘଟିଥିଲା । ସିଫା ନିକଟରେ ଅଞ୍ଜଳୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କିଛି କିନ୍ନର ଓ ପୋଲିସ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରୁ ନକଲି ଚୁଟି, ଚପଲ ଏବଂ ରକ୍ତଭିଜା ମାଟି ଜବତ କରିଥିଲା । ଏହା ସହ ଆପାଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲା ପରେ ଅଭିଯୁକ୍ତକୁ ଧରିବାରେ ସପଳ ହୋଇଥିଲା ପୋଲିସ ।

Leave A Reply

Your email address will not be published.