ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ । ପୀତବାସଙ୍କ ସିକ୍ରେଟ୍ ଚାମ୍ବରରେ ଥିଲା ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍ । ପୋଲିସ୍ ଚାର୍ଜସିଟ୍ରେ ଉଲ୍ଲେଖ ଥିବା ବିକ୍ରମ ପଣ୍ଡା ଓକିଲଙ୍କ ସୂଚନା । ୪ଟି ରଙ୍ଗୀନ ଫଟୋ ଓ ଗୋଟିଏ ପେନ୍ ଡ୍ରାଇଭ୍ ମିଳିଥିବା ସୂଚନା ।
ପୁଲିସ ତଦନ୍ତ ଅନୁସାରେ ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭ୍ରେ କିଛି ଆପତ୍ତିଜନକ ଫଟୋ ଥିଲା । ସେହି ଫଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ପୋଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି । ସେପଟେ ପୀତବାସଙ୍କ ସ୍ତ୍ରୀ ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ପୀତବାସଙ୍କ ପଇତାରେ ଲାଗିଥିବା ଗୋଟିଏ ଚାବି ପୁଲିସ ଦେଇଥିଲା । ସେହି ଚାବି ପୀତବାସଙ୍କ ଆଲମାରୀର ସିକ୍ରେଟ୍ ଚାମ୍ବରର ଥିଲା । ସିକ୍ରେଟ୍ ଚାମ୍ବରରେ ଗୋଟିଏ ଲଫାଫା ଭିତରେ ବିକ୍ରମଙ୍କର ଚାରୋଟି ଆପତ୍ତିଜନକ ଫଟୋ ସହ ଏକ ପେନ୍ଡ୍ରାଇଭ୍ ମିଳିଥିଲା । ପେନ୍ଡ୍ରାଇଭ୍ରେ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା । ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଜଣେ ଆଇନଜୀବୀ ପୁଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ ପୀତବାସ ଏବଂ ବିକ୍ରମ ପଣ୍ଡା, ମଳୟ ଓ ମଦନ ଦଳେଇ ମଧ୍ୟରେ କେମିତି ଶତ୍ରୁତା ଲାଗି ରହିଥିଲା ସେ ପୁଲିସ ନିକଟରେ ପ୍ରକାଶ କରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି ।
ସୂଚନାଥାଉକି, ଜାନୁଆରୀ ୪ ତାରିଖରେ ପ୍ରାୟ ୩୦ ହଜାର ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ପୋଲିସ ଦାଖଲ କରିଛି । ଦୁଇଟି ଟ୍ରଙ୍କ୍ରେ ଚାର୍ଜସିଟ କୋର୍ଟକୁ ଆଣି ପୋଲିସ ଦାଖଲ କରିଛି । ଏହା ପୂର୍ବରୁ ଡିସେମ୍ବର ୯ ତାରିଖରେ ମାମଲାର ସିଡ଼ି ତଥା କେସ୍ ଡାଏରୀ ପୋଲିସ କୋର୍ଚରେ ଦାଖଲ କରିଥିଲା ।