ଭୁବନେଶ୍ବର:ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । ଆଜି ସୁନା ଦର କମିଛି । ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୨୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ୨୨ କ୍ୟାରେଟ୍ ଏହାର ଦାମ୍ ୧ଲକ୍ଷ ୪୬ହଜାର ୩୦୦ଟଙ୍କା ରହିଥିଲା । ସେହିପରି ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୯ହଜାର ୬୦୦୦ଟଙ୍କା ରହିଥିଲା ।
ଅନ୍ୟପଟେ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପିଛା ୩,୦୦,୦୦୦ ଟଙ୍କା ରହିଛି ।
ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଯେଉଁମାନଙ୍କ ବିବାହ କାର୍ଯ୍ୟ ରହିଛି ସେମାନେ ଏବେ ଚିନ୍ତାରେ ପଡିଛନ୍ତି ।