କଟକ: OTET-୨୦୨୫ ରେଜଲ୍ଟ ପ୍ରକାଶ ପାଇଛି । ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ
ହୋଇଥିବାବେଳେ ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩, ୯୫୪ ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୧ ଓ ପେପର-୨ରେ ମୋଟ୍ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଅପରାହ୍ନ ୨ଟା ରୁ ରେଜଲ୍ଟ ବୋର୍ଡ ୱେବ ସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଅପରାହ୍ନ ୪ ଟାରୁ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ। ଏଥିପାଇଁ ଧାର୍ଯ୍ୟ ଟଙ୍କା ଅନଲାଇନରେ ଦେବାକୁ ପଡିବ ।
ଅନ୍ୟପଟେ ମେ ମାସ ତୃତୀୟ ସପ୍ତାହରେ ହେବ ପରବର୍ତ୍ତୀ OTET-୨୦୨୬ ପରୀକ୍ଷା । ପରୀକ୍ଷାର୍ଥୀ ମାନେ ଆବେଦନ କରିବା ପାଇଁ ଖୁବ୍ ଶୀଘ୍ର ତାରିଖ ପ୍ରକାଶ ପାଇବ ବୋଲି BSE ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷା ତାରିଖ ଓ ସିଲାବସ୍ ନେଇ ମଧ୍ୟ ସୂଚନା ଦେବ ବୋର୍ଡ ।