Latest Odisha News

BREAKING NEWS

Betting Racket: କ୍ରିକେଟ ବେଟିଂର ପର୍ଦ୍ଦାଫାସ ; ବିଡ଼ା ବିଡ଼ା ନୋଟ୍‌ ଜବତ, ୬ ଗିରଫ

ରାଉରକେଲା: ରାଉରକେଲାରେ ଟି୨୦ ବିଶ୍ୱକପ ମ୍ୟାଚ ବେଳେ ଚାଲିଥିବା ବେଟିଂ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । । ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସପି । T-20 କ୍ରିକେଟ ବିଶ୍ୱକପ ମ୍ୟାଚ୍ କୁ ନେଇ ବନ୍ଧମୁଣ୍ଡା ଅଞ୍ଚଳରେ ଚାଲିଥିଲା ବେଆଇନ କାରବାର।

ବନ୍ଧମୁଣ୍ଡା ସେକ୍ଟର-B ଅଞ୍ଚଳରୁ ଏହି ସିଣ୍ଡିକେଟ୍ ପରିଚାଳିତ ହେଉଥିଲା । ପୋଲିସ ନଗଦ ୩୦ ଲକ୍ଷ ୬୫ ହଜାର ଟଙ୍କା ସହ ଗୋଟିଏ ଥାର୍ ଗାଡ଼ି, ଦୁଇଟି ଲାପଟପ୍, ୭ ଟି ମୋବାଇଲ ଫୋନ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ରୋହିତ ଭଗତ,ପଙ୍କଜ କୁମାର ଭଗତ ,ସୋନୁ ରାଓ ,ମୁକେଶ ସାହୁ ,ଜିତେନ୍ଦ୍ର ଅଗ୍ରୱାଲ,ସୁରେଶ ଖେମକା ।

Leave A Reply

Your email address will not be published.