Latest Odisha News

BREAKING NEWS

ଏଆଇ ନେଉଛି ଚାକିରି ଚର୍ଚ୍ଚା ଭିତରେ ଓପନ AIର ସିଇଓଙ୍କ ବୟାନ କଲା ଉତ୍ସାହିତ

ଓପନAI ସିଇଓ ସ୍ୟାମ ଆଲ୍ଟମ୍ୟାନଙ୍କ ବଡ଼ ବୟାନ: AI ସିଇଓ ପଦବୀ ବି ନେଇପାରିବ, କିନ୍ତୁ ଭୟ ନାହିଁ!

ନୂଆଦିଲ୍ଲୀ: ଭାରତରେ ଏବେ ଏଆଇ ସମ୍ମିଳନୀ ଚାଲିଛି । କେନ୍ଦ୍ରର ମୋଦି ସରକାର ଏହି ସମ୍ମିଳନୀ କରି ଏବେ ଦୁନିଆକୁ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି। ବିଶ୍ୱର ଏଆଇ କମ୍ପାନୀର ମାଲିକ ଓ ସିଇଓଙ୍କୁ ଏକାଠି କରି ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

AI ଜବ୍ ମାର୍କେଟ୍‌କୁ ବଦଳାଇ ଦେଉଛି ବୋଲି ଚର୍ଚ୍ଚା ଚାଲିଛି। ଏହି ବିଷୟରେ ଓପନAI ସିଇଓ ସ୍ୟାମ ଆଲ୍ଟମ୍ୟାନ ଏକ ବଡ଼ ବୟାନ ଦେଇଛନ୍ତି। ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍‌ରେ କହିଛନ୍ତି, AI ସୁପରଇଣ୍ଟେଲିଜେନ୍ସ ଏକଦିନ ବଡ଼ କମ୍ପାନୀର ସିଇଓ ଭଳି କାମ ମଧ୍ୟ ମୋଠାରୁ ଭଲ କରିପାରିବ। “ମୋଠାରୁ ନିଶ୍ଚିତ ଭଲ କରିବ,” ବୋଲି ସେ ସ୍ୱୀକାର କରିଛନ୍ତି।

ତାଙ୍କ କହିବାକୁ, AI ସୁପରଇଣ୍ଟେଲିଜେନ୍ସ ବିକାଶର ଏକ ପର୍ଯ୍ୟାୟରେ ବଡ଼ ଏକ୍ସିକ୍ୟୁଟିଭ୍‌ଙ୍କ ଠାରୁ ଭଲ ସିଇଓ ହୋଇପାରିବ। ଏହା କେବଳ ତାଙ୍କ ପଦବୀ ନୁହେଁ, ହଜାର ହଜାର ଜବ୍ ପ୍ରଭାବିତ ହେବ। କିନ୍ତୁ ସେ ଏହାକୁ ନେଗେଟିଭ୍ ଭାବେ ଦେଖୁ ନାହାନ୍ତି।

ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଆଜତକ ଓ ଇଣ୍ଡିଆ ଟୁଡେ ପକ୍ଷରୁ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଯେଉଁଥିରେ ଜଣାଶୁଣା ତଥା ଲୋକପ୍ରିୟ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ସହ ଖୋଲା ଆଲୋଚନାରେ ସାମିଲ ହୋଇ ଓପନ AI ପ୍ଲାଟଫର୍ମର ଚିଫ୍ ଇକୋନମିଷ୍ଟ ଏରନ୍ ଚାଟର୍ଜୀ କହିଛନ୍ତି, AI କୌଣସି ବବଲ୍ ନୁହେଁ। ଏହା ଏକ ପ୍ରକୃତ ଟେକ୍ ପରିବର୍ତ୍ତନ।

ଓପନ AI ପ୍ଲାଟଫର୍ମରେ ବିଶ୍ୱବ୍ୟାପୀ ପ୍ରାୟ ୯୦୦ ମିଲିୟନ ଆକ୍ଟିଭ୍ ୟୁଜର୍ ଅଛନ୍ତି। ଭାରତ ଏବେ ସବୁଠାରୁ ଦ୍ରୁତ ବଢ଼ୁଥିବା ମାର୍କେଟ୍ ହୋଇଛି। ଏଠାରେ ୟୁଜର୍ ସଂଖ୍ୟା ବହୁତ ଶୀଘ୍ର ବଢ଼ୁଛି। ଭାରତ ଏବେ ଓପନAIର ଦ୍ୱିତୀୟ ବୃହତ୍ତମ ମାର୍କେଟ୍।

ପ୍ରଥମ AI ଓ୍ବେଭ୍‌ରେ ଆମେରିକା ଓ ଚାଇନା ଆଗରେ ଥିଲେ। କିନ୍ତୁ ଏବେ ଖେଳ ବଦଳୁଛି। AI ଏବେ ବି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଏହାର ପୂରା ଷ୍ଟାକ୍ ବହୁତ ଲେୟର୍‌ରେ ବିଭକ୍ତ। ଭାରତକୁ ଏଠାରେ ବଡ଼ ସୁଯୋଗ ମିଳିପାରେ।

ଏଠାରେ ଲୋକେ AI ବ୍ୟବହାର କରି ଆପ୍ ତିଆରି କରୁଛନ୍ତି। ରୋଜଗାର କାମ ସହଜ କରୁଛନ୍ତି। ଇନ୍‌ଭେଷ୍ଟମେଣ୍ଟର ସମ୍ଭାବନା ବି ବହୁତ। ଲୋ-ଇନକମ୍ ଗ୍ରୁପ୍‌ରେ ChatGPTର ଉପଯୋଗ ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ଚାରି ଗୁଣା ଭାରତରେ ବଢ଼ିଛି।

କୃଷି କ୍ଷେତ୍ରରେ AIର ପ୍ରଭାବ ସବୁଠାରୁ ଅଧିକ ହେବ। କିସାନ ଜମି, ଫସଲ ଓ ପାଗକୁ ନେଇ ପ୍ରଶ୍ନ ସିଧାସଳଖ AIକୁ ପଚାରି ପାରିବେ। ଏହା ଉତ୍ପାଦନକ୍ଷମତା ବଢ଼ାଇବ।

ଚାକିରି ହରାଇବାର ଚିନ୍ତା ବାସ୍ତବ। କିନ୍ତୁ ଏଯାଏ ବଡ଼ ସ୍କେଲରେ ଜବ୍ ଲସ୍ ଦେଖାଯାଇନାହିଁ। AI ଲୋକଙ୍କୁ ଅଧିକ ପ୍ରୋଡକ୍ଟିଭ୍ କରୁଛି। କମ୍ ସ୍କିଲ୍ ଥିବା ଲୋକ ମଧ୍ୟ AI ସାହାଯ୍ୟରେ ଭଲ କାମ କରୁଛନ୍ତି। ଚାକିରି AI ନିଏ ନାହିଁ, ଯିଏ AI ଭଲ ବ୍ୟବହାର କରେ ସେ ଅନ୍ୟର ଚାକିରି ନେଇଯାଏ (ଯିଏ ଏଆଇ ଜାଣିନି)। ତେଣୁ ଭାରତକୁ AI ଏଜୁକେସନ୍‌ରେ ଜୋର୍ ଦେବାକୁ ପଡ଼ିବ।

ସେ ମଜାକରେ କହିଲେ, ଭାରତର AI ଚିଫ୍ ଇକୋନମିଷ୍ଟ ହେବାର ଅଫର୍ ଆସିଲେ ଖୁସିରେ ନେବି। ଭାରତକୁ ତିନୋଟି ଜିନିଷରେ ଫୋକସ୍ କରିବାକୁ ପଡ଼ିବ – ସ୍କିଲ୍ଡ ୱର୍କଫୋର୍ସ, ଇନ୍‌ଫ୍ରାଷ୍ଟ୍ରକ୍ଚର ନିବେଶ ଓ ହାର୍ଡୱେର କ୍ୟାପାସିଟି।

Leave A Reply

Your email address will not be published.