କଲମ୍ବୋ: ଚଳିତ ଟି୨୦ ବିଶ୍ୱକପର ସୁପର ଏଇଟ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହୋଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟସ ପରେ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଟିମକୁ ୧ପଂଏଟ ଲେଖାଏଁ ମିଳିଛି । ଟସ ଜିତିବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପାକିସ୍ତାନ ତାର ପରବର୍ତୀ ମ୍ୟାଚ ଫେବୃୟାରୀ ୨୪ରେ ଇଂଲଣ୍ଡକୁ ଭେଟିବ ।
ସେହିପରି ନ୍ୟୁଜିଲାଣ୍ଡ ୨୫ରେ ଶ୍ରୀଲଙ୍କାକୁ ସାମ୍ନା କରିବ । ସୁପର ଏଇଟରେ ସ୍ଥିତି ମଜଭୁତ କରିବା ପାଇଁ ଉଭୟ ଟିମକୁ ପରବର୍ତୀ ୨ଟି ମ୍ୟାଚ ଜିତିବାକୁ ପଡିବ । cରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଭାରତ ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା ।