ଅହମ୍ମଦାବାଦ: ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ତେବେ ଏହି ମ୍ୟାଚରେ ଦୁଇ ଭାଇ ମଧ୍ୟ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ମୋର୍ଣ୍ଣେ ମୋର୍କେଲ ଭାରତୀୟ ବୋଲିଂ କୋଚ ଦାୟିତ୍ୱ ତୁଲାଉଥିବା ବେଳେ ଆଲବି ମୋର୍କେଲ ଦକ୍ଷିଣ ଆଫ୍ରିକା ଟିମର ସ୍ପେଶାଲିଷ୍ଟ କନସଲଟେଂଟ ଦାୟିତ୍ୱ ତୁଲାଉଛନ୍ତି । ମୋର୍ଣ୍ଣେ ୮୬ ଟେଷ୍ଟ, ୧୧୭ ଦିନିକିଆ ଓ ୪୪ ଟି୨୦ ମ୍ୟାଚ ଖେଳିଥିବା ବେଳେ ଆଲବି ଗୋଟିଏ ଟେଷ୍ଟ, ୫୮ ଦିନିକିଆ ଓ ୫୦ ଟି୨୦ ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ଆଲବି ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଦୀର୍ଘ ସମୟ ଖେଳିଛନ୍ତି । ଭାରତୀୟ ପରିସ୍ଥିତିରେ କିପରି ଟି୨୦ ରଣନୀତି ପ୍ରସ୍ତୁତ କରାଯାଏ ତାହା ସେ ଭଳ ଭାବେ ଜାଣନ୍ତି ।
ମୋର୍ଣ୍ଣେଙ୍କ ସହ ମୁକାବିଲା ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ । ଆମେ ମ୍ୟାଚକୁ ନେଇ କୌଣସି ଆଲୋଚନା କେବେ କରିନୁ । ହଁ ଆମ ନେଇ ମାଆ ସବୁବେଳେ ଚିନ୍ତାରେ ରହୁଛନ୍ତି । କେଉଁ ଟିମକୁ ସମର୍ଥନ ଦେବେ ତାହା ସେ ଜାଣି ପାରୁ ନାହାନ୍ତି । ଯଶପ୍ରୀତ ବୁମରାହ ଓ ମୋର୍ଣ୍ଣେଙ୍କ ଯୋଡି ସର୍ବଦା ବିପକ୍ଷ ଦଳ ପାଇଁ ଚିନ୍ତାର କାରଣ ହୋଇଥାଏ । ଆଉ କିଛି ସମୟ ପରେ ମ୍ୟାଚ ହେବାକୁ ଥିବାରୁ କେଉଁ ଭାଇଙ୍କ ଟିମ ଜିତୁଛି ତାହା ସ୍ପଷ୍ଟ ହୋଇଯିବ ।