ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୁଅ ଅଗସ୍ତ୍ୟ ଏବଂ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏକ ନୂଆ ଡିଫେଣ୍ଡର ଉପହାର ଦେଇଛନ୍ତି। ତେବେ ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହାର୍ଦ୍ଦିକ ଏବଂ ନତାଶା ଜୁଲାଇ ୨୦୨୪ରେ ପରସ୍ପର ଠାରୁ ଅଲଗା ହୋଇଥିଲେ।
ହାର୍ଦ୍ଦିକ ଦେଇଥିବା ଏହି ଲ୍ୟାଣ୍ଡ ରୋଭର ଡିଫେଣ୍ଡରର ମୂଲ୍ୟ ପ୍ରାୟ ୪ କୋଟି ବୋଲି ରିପୋର୍ଟରୁ ଜଣାପଡ଼ିଛି। ମୁମ୍ବାଇର ଲ୍ୟାଣ୍ଡ ରୋଭର କମ୍ପାନୀ ନବନୀତ ମୋଟର୍ସ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ନତାଶା ଓ ଅଗସ୍ତ୍ୟଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।
ହାର୍ଦ୍ଦିକଙ୍କ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ଟି ୨୦ ବିଶ୍ଵକପକୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ଅହମଦାବାଦରେ ହେବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁପର ୮ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।