Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ସେମିଫାଇନାଲ ପ୍ରବେଶ ପାଇଁ ଭାରତର ରାସ୍ତା ହେଲା କଠିନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସେମି ଫାଇନାଲ ପ୍ରବେଶ ପାଇଁ ଭାରତର ରାସ୍ତା କଠିନ ହୋଇଛି । ସୁପର ଏଇଟରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସେମାନଙ୍କ ମ୍ୟାଚ ବୃହତ ବ୍ୟବଧାନରେ ଜିତି ରନରେଟକୁ ମଜଭୁତ କରିଛି । ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ଏବଂ ୱେଷ୍ଟଇଣ୍ଡିଜଠାରୁ ଜିମ୍ବାୱେ ପରାଜିତ ହୋଇଛନ୍ତି । ସେମିଫାଇନାଲରେ ପ୍ରବେଶ ପାଇଁ ଭାରତ ବାକି ଥିବା ୨ଟି ମ୍ୟାଚ ଜିତିବାକୁ ପଡିବ । ଦକ୍ଷିଣ ଆଫ୍ରିକା ବାକି ଥିବା ୨ଟି ମୁକାବିଲା ଜିତିଲେ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ସେମିକୁ ଉନ୍ନୀତ ହେବ । ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ ହାରିଲେ ୩ଟି ଟିମ ୪ ପଂଏଟ ହାସଲ କରିବା ସମ୍ଭାବନା ରହୁଛି । ଏଥିରେ ରନରେଟ ମୂଖ୍ୟ ଭୂମିକା ଗ୍ରହଣ କରିବ । ଯାହାକି ଭାରତ ପାଇଁ ସମସ୍ୟାର କାରଣ ହୋଇପାରେ ।

ଦକ୍ଷିଣ ଆଫ୍ରିକା ୨ଟି ଯାକ ମ୍ୟାଚ ହାରିଗଲେ ଭାରତ ଓ ୱେଷ୍ଟଇଣ୍ଡିଜ ସେମିକୁ ଉନ୍ନୀତ ହେବେ । ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ଭାରତକୁ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଟିମ ଇଣ୍ଡିଆ ଫେବୃୟାରୀ ୨୬ରେ ଜିମ୍ବାୱେକୁ ଓ ମାର୍ଚ୍ଚ ୧ରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଟପ ଅର୍ଡରର ଖରାପ ଫର୍ମ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ପରବର୍ତୀ ମ୍ୟାଚ ଜିମ୍ବାୱେ ବିପକ୍ଷରେ ଥିବାରୁ ଭାରତ କିଛି ମାତ୍ରାରେ ଆଶ୍ୱସ୍ତ ଅଛି । ଏଥିରେ ବିଜୟ ହାସଲ କଲେ ଦଳର ମନୋବଳ ବଢ଼ିବ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ କ୍ୱାର୍ଟର ଫାଇନାଲ ସଦୃଶ ହେବ ।

Leave A Reply

Your email address will not be published.