Latest Odisha News

BREAKING NEWS

Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ୧୯ଟି ବିଦେଶୀ ନୋଟ ଜବତ। ସୂଚନାଥାଉକି, ବ୍ୟକ୍ତିଙ୍କ ବ୍ୟାଗରୁ ୨ ଲକ୍ଷ ୬୯ ହଜାର ଭାରତୀୟ ଟଙ୍କା ସହ ୟୁଏଇ, ମାଲେସିଆ, ଚାଇନା ଏବଂ ଥାଇଲଣ୍ଡର ୧୯ଟି ବିଦେଶୀ ନୋଟ ଜବତ ହୋଇଛି । ତେବେ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଛି । ଏନେଇ ବଲାଙ୍ଗୀର ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଥାଉକି, ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଡୁଙ୍ଗୁରିପାଲି ରେଳ ଷ୍ଟେସନ ଠାରେ RPF ପୋଲିସର ମୁଖ୍ୟ କନଷ୍ଟେବଳ ଏକେ ଏଲ ସିଂହ ନିଜର ନିୟମିତ ପର୍ଯ୍ୟବେକ୍ଷଣ କରୁଥିଲେ । ଏହି ସମୟରେ ରାତି ୨ଟାରେ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କୁ ଏକାକୀ ବସିଥିବାର ଦେଖିଥିଲେ । ସେହି ବ୍ୟକ୍ତିଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା । ସନ୍ଦେହରେ କେଉଁଠାକୁ ସେ ଯିବେ ବୋଲି ପଚାରିବାରୁ ସେ ରାୟପୁର ଯିବେ ବୋଲି କହିଥିଲେ । ଏହା ପରେ ବ୍ୟାଗର ବ୍ୟାଗରେ କଣ ଅଛି ବୋଲି ପଚାରିବାରୁ ବ୍ୟାଗ୍ ଛାଡ଼ି ଚମ୍ପଟ ମାରିଥିଲେ ଯୁବକ ।

ଏହା ପରେ ଦାୟିତ୍ବରେ ଥିବା କନଷ୍ଟେବଳ, ବଲାଙ୍ଗୀର RPF SIଙ୍କୁ ଜଣାଇଥିଲେ ।ପରେ ଘଟଣାସ୍ଥଳକୁ ବଲାଙ୍ଗୀର ଆରପିଏଫ ଓ ରେଳ ସୁରକ୍ଷା ବଳ ପହଞ୍ଚି ବ୍ୟାଗ ଯାଞ୍ଚ କରିଥିଲେ। ସେଥିରୁ ଭାରାତୀୟ ଟଙ୍କା ସହ ବିଦେଶୀ ନୋଟ ଜବତ ହୋଇଛି । ଏହି ଜବତ ଟଙ୍କା ମଧ୍ୟରେ ଚୀନ, ମାଲେସିଆ, ୟୁଏଇ ଓ ଥାଇଲାଣ୍ଡ ଭଳି ଦେଶର ଅନ୍ତର୍ଜାତୀୟ ମୁଦ୍ରା ରହିଛି । ଅନ୍ୟପଟେ ଫେରାର ବ୍ୟକ୍ତିଙ୍କୁ ଧରିବା ପାଇଁ ତନାଘନା ଚାଲିଛି ।

ଏହି ଟଙ୍କା କାରବାର ପଛରେ ସମ୍ପୃକ୍ତ ବ୍ୟକ୍ତିଙ୍କ କେଉଁ ମୁଖ୍ୟ ଉଦ୍ଦେଶ୍ୟ ରହିଛି ଓ କେଉଁଠାକୁ ନେଉଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Comments are closed.