Latest Odisha News

BREAKING NEWS

Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…

କନ୍ଧମାଳ:କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସକ୍ରିୟ ଥିବା କେକେବିଏନ୍‌ ଡିଭିଜନର ଟପ୍‌ ମାଓ ନେତା ଶୁକ୍ରୁ ଓ ତାର ସହଯୋଗୀମାନେ ଅନ୍ୟ ଜଣେ ମାଓ ନେତା ଅନ୍ବେଷ (୩୧)କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ।

ସୂଚନାଥାଉକି, ମାଓ ନେତା ଅନ୍ବେଷ ଗତ କିଛିଦିନ ତଳେ ନିଜର ୧୨ ଜଣ ସହଯୋଗୀଙ୍କୁ ନେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲା। କିନ୍ତୁ ଶୁକ୍ରୁ ଏହାକୁ ବିରୋଧ କରୁଥିଲା। ଏହି ଘଟଣାକୁ ନେଇ ଶୁକ୍ରୁ ଏବଂ ଅନ୍ବେଷ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା। ଏଣୁ ଗତ ଜାନୁଆରି ମାସ ୨୯ ତାରିଖରେ ଶୁକ୍ରୁ ନିଜର ସହଯୋଗୀଙ୍କ ସହାୟତାରେ ଦାରିଙ୍ଗିବାଡ଼ି ନିକଟସ୍ଥ ପାକାରି ଜଙ୍ଗଲରେ ଅନ୍ବେଷର ଗଳାକାଟି ହତ୍ୟା କରିଥିଲା ଏବଂ ଏହାପରେ ଅନ୍ବେଷର ମର ଶରୀରକୁ ନିକଟରେ ମାଟି ଖୋଳି ପୋତି ଦେଇଥିଲା।

ଏହି ଘଟଣା ଜଣାପଡିବା ପରେ, ବାଲିଗୁଡା ଏସ୍‌ଡିପିଓ ଆଇପିଏସ୍ ଶୁଭମ୍ ଭୋସଲେଙ୍କ ନେତୃତ୍ୱରେ, ଦୁଇ ପ୍ଲାଟୁନ ଫୋର୍ସ ଜଙ୍ଗଲ ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରିଥିଲେ ।

ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

ଓଡ଼ିଶା ସରକାର ଅନ୍ବେଷ ପାଇଁ ୨୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କନ୍ଧମାଳ ଏସ୍ପି । କନ୍ଧମାଳ ଜିଲ୍ଲାରେ ୧୦୭ ଜଣ ମାଓବାଦୀ ସକ୍ରିୟ ଥିଲେ ବର୍ତ୍ତମାନ ୩୦ ଜଣ ଅଛନ୍ତି । ପୋଲିସ ପ୍ରତ୍ୟେକ ଜଙ୍ଗଲ ପୋଷ୍ଟ ଲଗାଇଛି ଯେଉଁମାନେ ସରେଣ୍ଡର କରିବାକୁ ଚାହିଁବେ କନ୍ଧମାଳ ପୋଲିସକୁ ଯୋଗାଯୋଗ କରି ପାରିବେ ବୋଲି ଏସ୍ପି କହିଛନ୍ତି । ଶୁକ୍ରୁ ବର୍ତ୍ତମାନ ଦାରିଙ୍ଗବାଡ଼ି, ରାଇକିଆ ଥାନା ଅଞ୍ଚଳରେ ରହିଛି ପୋଲିସ ପକ୍ଷରୁ ତାକୁ ଟ୍ରାକ୍ କରାଯାଉଛି ବୋଲି କହିଛନ୍ତି ।

Leave A Reply

Your email address will not be published.