Latest Odisha News

ବ୍ୟାପୁଛି କୋରୋନା ଭାଇରସ: ସ୍ୱଦେଶ ଫେରିବେ ଚୀନରେ ଫସିଥିବା ଭାରତୀୟ ଛାତ୍ର !

ଚୀନରୁ ବ୍ୟାପିଥିବା କୋରୋନା ଭାଇରସ ଏବେ ସମସ୍ତଙ୍କୁ ହଇରାଣରେ ପକାଇଛି । ଇତି ମଧ୍ୟରେ ୬୦ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୨୦୦୦ ପାଖାପାଖି ଆକ୍ରାନ୍ତ ହୋଇଛନ୍ତି । ଭାରତର ୭୦୦ ଛାତ୍ର ସେଠାରେ ଫସି ରହିଛନ୍ତି ।

ନୂତନ ବର୍ଷ ଛୁଟି ଅବସରରେ ଅଧିକାଂଶ ଛାତ୍ର ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ବାକି ଯେଉଁମାନେ ରହିଛନ୍ତି ତାଙ୍କୁ ପଠାଇବା ବ୍ୟବସ୍ଥା କରାଯାଉ ବୋଲି ଭାରତ ସରକାରଙ୍କ ପକ୍ଷରୁ ଚୀନକୁ ଅନୁରୋଧ କରାଯାଉଛି ।

ଛାତ୍ରଙ୍କ ଖାଦ୍ୟ ଏବଂ ଆବଶ୍ୟକ ସାମଗ୍ରୀ ସରି ଆସିଥିବାରୁ ଚଳିବା କଷ୍ଟକର ହେଉଛି ବୋଲି ବୁହାନ ୟୁନିଭରସିଟିର ଜଣେ ମେଡିକାଲ ଛାତ୍ରର ବାପା କହିଛନ୍ତି । ଅପରପକ୍ଷରେ ଭାରତ ଦୂତାବସ ସ୍ପଷ୍ଟ କରିଛି ଚୀନ ସରକାର ଅନ୍ୟ ଦେଶର ବ୍ୟକ୍ତିଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ବୁହାନ ଅଂଚଳକୁ ସ୍ଥାନୀୟ ସରକାର ସମ୍ପୂର୍ଣ୍ଣ ଭାବେ ସିଲ୍ କରିଛି । ୧୭ ସହରକୁ ଲକଡାଉନ କରାଯାଇଛି । ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ଏହାକୁ ଏକ ବଡ ସମସ୍ୟା ଆଖ୍ୟା ଦେଇଛନ୍ତି ।

କେଉଁଠାରୁ ବ୍ୟାପିଲା କୋରୋନା:

ଏ ନେଇ ସ୍ପଷ୍ଟ ରିପୋର୍ଟ ଆସି ନ ଥିଲେ ମଧ୍ୟ ବାଦୁଡି, ସାପ ଓ ମୂଷା ପିଲାଙ୍କ ଶରୀରରୁ ଏହା ମଣିଷ ଶରୀରକୁ ବ୍ୟାପିଛି ବୋଲି ଅନୁମାନ କରାଯାଉଛି । ଚୀନ ଲୋକେ ଉପରୋକ୍ତ ଖାଦ୍ୟ ଖାଇଥାନ୍ତି ଏବଂ ଏଥିନେଇ ହୋଟେଲ ମଧ୍ୟ ଅଛି ।

୧୫ ଦିନରେ ତିଆରି ହେବ ଡାକ୍ତରଖାନା:

ଚୀନ୍ କୋରୋନା ଭାଇରସର ମୁକାବିଲା ପାଇଁ ୧୫ ଦିନ ମଧ୍ୟରେ ଆଉ ଏକ ଡାକ୍ତରଖାନା ତିଆରି କରିବା ପାଇଁ ନିଷ୍ପତି ନେଇଛି । ପୂର୍ବରୁ ୧୦୦୦ ବେଡ ଏକ ଡାକ୍ତରଖାନାର ନିର୍ମାଣ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ।

Comments are closed.