ଭୁବନେଶ୍ବର:ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି,ପ୍ରାର୍ଥୀ ଫାଇନାଲ୍ ହେବ କହିଲେ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ୫ଟି ନାଁକୁ ନେଇ ଆଲୋଚନା ଚାଲିଛି ବୋଲି ଭକ୍ତ ଦାସ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନ ଭାବେ ବିଜେଡି-କଂଗ୍ରେସ ସମର୍ଥନ କଲେ ଓଡ଼ିଶାର ସ୍ୱାର୍ଥ ରହିବ ।ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନା ରହିଛି ।