Latest Odisha News

BREAKING NEWS

୬୭ ବର୍ଷ ପରେ ରଣଜୀ ଟ୍ରଫି ଜିତିଲା ଜମ୍ମୁ-କଶ୍ମୀର

ହୁବୁଳୀ: ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ-କଶ୍ମୀର ଇତିହାସ ସୃଷ୍ଟି କରିଛି । ଦୀର୍ଘ ୬୭ ବର୍ଷ ପରେ ଜମ୍ମୁ-କଶ୍ମୀର ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୮ ଥର ଚାମ୍ପିୟନ କର୍ଣ୍ଣାଟକକୁ ପଛରେ ପକାଇ ଦଳ ଏହି କୀର୍ତିମାନ ସ୍ଥାପନ କରିଛି । ପ୍ରଥମେ ବ୍ୟାଟିଂ କରି ଜମ୍ମ-କଶ୍ମୀର ପ୍ରଥମ ଇନିଂସରେ ୫୮୪ ରନ କରିଥିଲା । ଜବାବରେ କର୍ଣ୍ଣାଟକ ୨୯୩ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଜମ୍ମୁ-କଶ୍ମୀର ୪ ୱିକେଟ ହରାଇ ୩୪୨ ରନ କରିବା ପରେ ଇନିଂସ ଘୋଷଣା କରିଥିଲା ।

କମରାନ ଇକବାଲ ୧୬୦ ଓ ସାହିଲ ଲୋତ୍ରା ୧୦୧ ରନ କରି ଅପରାଜିତ ରହିଥିଲେ । ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ ନେଇଥିଲେ । ମ୍ୟାଚ ଡ୍ର ରହିଥିଲା । ତେବେ ପ୍ରଥମ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ କରିଥିବା କର୍ଣ୍ଣାଟକକୁ ଶେଷରେ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଶୁଭମ ପୁନ୍ଦିର ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିବା ବେଳେ ଆକ୍ୱିବ ନାବି ପ୍ଲେୟାର ଅଫ ଦି ସିରିଜ ହୋଇଛନ୍ତି । ଜମ୍ମୁ-କଶ୍ମୀରର ଏହି ସଫଳତା ସେଠାରେ କ୍ରିକେଟକୁ ନୂଆ ଦିଗ ଦେବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.