Latest Odisha News

BREAKING NEWS

୨୮ ତାରିଖରୁ ରାଜ୍ୟର କେଉଁସବୁ ଜିଲ୍ଲାରେ ୨ଦିନ ଧରି ହେବ ବର୍ଷା, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଓଡ଼ିଶାରେ ପୁଣିଥରେ ଅଦିନିଆ ବର୍ଷା ଅନୁଭୁତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ରାଜ୍ୟର ଅନେକ ସ୍ଥାନରେ ୨୮ ତାରିଖ (ମଙ୍ଗଳବାର)ଠାରୁ ଲଗାତର ୨୪ ଘଣ୍ଟା ଧରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟୱେଦର.କମ ୱେବସାଇଟରେ ଖବର ପ୍ରକାଶିତ ହୋଇଛି ।

ଏପରିକି ଉପକୂଳବର୍ତ୍ତୀ ଓଡ଼ିଶାର ଉତ୍ତରାଞ୍ଚଳରେ ଜାନୁଆରୀ ୩୦ ତାରିଖରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ପାଣିପାଗରେ ପରିବର୍ତ୍ତନ ଘଟି ଜଳବାୟୁ ପଞ୍ଜାବ ଦେଇ ଉତ୍ତରପ୍ରଦେଶ ଦେଇ ଗତି କରିବ ଏବଂ ଏହି ସମୟରେ ଉତ୍ତରପଶ୍ଚିମ ଜଳବାୟୁ ଦକ୍ଷିଣ ପଶ୍ଚିମ ଦିଗ ଦେଇ ଗତି କରିବ ବୋଲି ଜଣାପଡ଼ିଛି । ଏହା ଦକ୍ଷିଣ ପଶ୍ଚିମା ହେବା ସହିତ ବଙ୍ଗୋପସାଗର ଉପର ଦେଇ ଅତିକ୍ରମ କରିବ ।

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ରାଜ୍ୟର ଅନେକ ସ୍ଥାନରେ ପବନ ବହିବା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରାଯାଇଥିଲା । ଜାନୁଆରୀ ୨୮ ତାରିଖ ଦିନ ରାଜ୍ୟର କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଭାବେ ଜାନୁଆରୀ ୨୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ତେବେ ଜାନୁଆରୀ ୩୦ ପରଠାରୁ ଏହିସବୁ ଜିଲ୍ଲା ମାନଙ୍କରେ ରାତ୍ରିର ତାପମାତ୍ରାରେ ୪ରୁ ୬ ଡ଼ିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ହସ୍ତଗତ ହୋଇଛି ।

ରବିବାର ଦିନ ରାତିରେ ଅନୁଗୁଳ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଶୀତ ଲହରୀ ଅଧିକ ଅନୁଭୂତ ହେବାର ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.