Latest Odisha News

BREAKING NEWS

Holi 2026: ହୋଲିରେ ଜଗିବେ ୧୭ ପ୍ଳାଟୁନ୍ ଫୋର୍ସ;ଅସାମାଜିକ ଯୁବକଙ୍କ ଉପରେ ନଜର…

କଟକ:ହୋଲିକୁ ନେଇ କଟକ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । କଟକର ସଂପୂର୍ଣ୍ଣ ସହରକୁ ୨ଟି ସେକ୍ଟର ଓ ୬ ଜୋନ୍‌ରେ ବଣ୍ଟାଯାଇ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ । ଗୁରୁତ୍ୱପୂର୍ଣ୍ଣ ଛକ ଓ ପ୍ରମୁଖ ରାସ୍ତାରେ ଥାନାର ଅଧିକାରୀମାନେ ଉପସ୍ଥିତ ରହିବେ । ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା, ଅସାମାଜିକ ଯୁବକଙ୍କ ଉପରେ ନଜର ରଖିବା ଓ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ କଟକ ପୋଲିସ ପକ୍ଷରୁ ସହରରେ ୧୭ ପ୍ଳାଟୁନ୍ ଫୋର୍ସ ନିୟୋଜିତ ହେବ । ହୋଲି ଦିନ କଟକ କମିସନରେଟ ଅଧୀନରେ ଥିବା ସମସ୍ତ ଥାନାର ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସୂଚନାଥାଉକି, ଥାନା ପିସିଆର ସହ ୧୧୨ ଭ୍ୟାନ୍ ଓ ବାଇକ୍ ପିସିଆର୍ ହୋଲି ଖେଳ ଶେଷ ହେବା ପର୍ଯ୍ୟନ୍ତ ସହର ସାରା ବୁଲିବେ । ଏଥିସହ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ଲାଗି ୨ ପ୍ଲାଟୁନ୍ ଫୋର୍ସ ରିଜର୍ଭ ହୋଇ ରହିବ । ୩ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ।

Leave A Reply

Your email address will not be published.