Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାର କ୍ରମାଗତ ୭ମ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମିରେ ନ୍ୟୁଜିଲାଣ୍ଡକୁ ଦକ୍ଷିଣ ଆଫ୍ରିକା ଭେଟିବ । ଗ୍ରୁପ ଷ୍ଟେଜର ସମସ୍ତ ୪ଟି ଏବଂ ସୁପର ଏଇଟର ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି । ଏଠାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ସୁପର ଏଇଟ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଜିତି ନେଇଛି । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୫୪ ରନ କରିଥିଲା । ସିକନ୍ଦର ରାଜା ୪୩ ବଲରୁ ୭୩ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । କ୍ୱେନା ମ୍ୟାକକେଫ ୨ଟି ୱିକେଟ ନେଇଥିଲେ ।

ଜବାବରେ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏକଦା ୧୦୧ ରନରେ ଦଳ ୫ଟି ୱିକେଟ ହରାଇଥିଲା । ଏହା ପରେ ଟ୍ରିଷ୍ଟିଆନ ଷ୍ଟବ୍ସ ୨୧ ଓ ଜର୍ଜ ଲିଣ୍ଡେ ୩୦ ରନ କରି ଅପରାଜିତ ରହିଥିଲେ । ର‌୍ୟାନ ରିକେଲଟେନ ୩୧, ଡେୱାଲ୍ଡ ବ୍ରେଭିସ ୪୨ ଓ ଡେଭିଡ ମିଲର ୨୨ ରନ କରିଥିଲେ । ସିକନ୍ଦର ବୋଲିଂରେ ମଧ୍ୟ କମାଲ ଦେଖାଇ ୩ଟି ୱିକେଟ ନେଇଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.