ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନୂଆପଡାରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଚାଲାଣରେ ବ୍ୟବହୃତ ସ୍ବିଫ୍ଟ ଡିଜାୟାର କାର (ଓଡି୩୩-୩୫୦୦) ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା କାର ଚାଳକ ନୂଆପଡ଼ାର ଚନ୍ଦନ ଓରଫ୍ ଶିବ ପ୍ରସାଦ ଦାସ (୨୫) ।
ପୋଲିସର ସୂଚନା ଅନୁସାରେ, ଚୋରା ବେପାରୀ ଢିହସାହିରେ ଥିବା ବିଦେଶୀ ମଦ ଦୋକାନରୁ ମଦ କିଣି ଚୋରାରେ ବିକ୍ରି କରନ୍ତି । ଢିହସାହିରୁ କାରରେ ମଦ ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପାକନପୁର ନିକଟରେ ପୋଲିସ ଚଢ଼ଉ କରି ଧରିଥିଲା । ଏକା ଥରକେ ୮୮୦ ବୋତଲ ମଦ ଜବତ କରିବାରେ ସଫଳ ହୋଇଛି ।
ତେବେ ଚଢାଉ ବେଳେ ନୂଆପଡାର ମୁନା ଓରଫ୍ ସଂଗ୍ରାମ ପ୍ରଧାନ ଫେରାର ହୋଇଯାଇଥିବା ଜଣାଯାଇଛି । ଢିହସାହି ବିଦେଶୀ ମଦ ଦୋକାନ ମ୍ୟାନେଜର ଦିଲ୍ଲୀପ ରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।