Latest Odisha News

BREAKING NEWS

କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଥିବା ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ

କୋରାପୁଟ: ୭ ମାସ ପରେ କୋରାପୁଟ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ଅସ୍ତରଙ୍ଗ ଥାନାର ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ । ଚୋରା ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ଲିଙ୍କ୍ ଘଟଣାରେ ଜେରା ବେଳେ ପୋଲିସକୁ ଚକମା ଦେଇ ଗତବର୍ଷ ଅଗଷ୍ଟ ୧୬ ତାରିଖରୁ ଫୋରାର ଥିଲେ ରାଜେଶ ବଳିଆର ସିଂ ।

ସୂଚନା ଅନୁଯାୟୀ, ୨୦୨୧ରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନାରେ ଥିଲେ ନିଲମ୍ବିତ ପୂର୍ବତନ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ର । ସେହି ସମୟରେ ସେ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ଲିଙ୍କରେ ଥିଲା । ଉକ୍ତ ମାଫିଆଙ୍କ କଥାରେ ଏହି ଦୁଇ ଜଣ ପୋଲିସ ବାବୁ ଅନ୍ୟ ଗଞ୍ଜେଇ ବେପାରୀଙ୍କୁ ଧରୁଥିଲେ । ଏହି ସମୟରେ ପୁଲିସ୍ ହେପାଜତରେ ଜଣେ ଗଞ୍ଜେଇ ବେପାରୀର ମୃତ୍ୟୁ ହୋଇଥିଲା ।

ଏହି ସମୟରେ ମାମଲା କ୍ରାଇମବ୍ରାଞ୍ଚକୁ ଯାଇଥିଲା । ଏହା ପରେ ଦୁଇ ଜଣ ବାବୁ କେରାପୁଟରୁ ବଦଳି ହୋଇ ହୋଇ ପୁରୀ ପଳାଇ ଆସିଥିଲେ । ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଗଞ୍ଜେଇ ମାଫିଆଙ୍କ ଲିଙ୍କ୍ ପାଇଥିଲା । ଉକ୍ତ ମାଫିଆଙ୍କଠାରୁ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ରଙ୍କୁ ଧରିବାକୁ ଯୋଜନା କରିଥିଲା । କ୍ୟାପିଟାଲ ଥାନାରେ ପଚରାଉଚରା ସମୟରେ ବାଥରୁମ ବାହାନା କରି ରାଜେଶ ବଳିଆର ସିଂ ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.