Latest Odisha News

BREAKING NEWS

Ratna bhandar: ରତ୍ନଭଣ୍ଡାର ଗଣତିମଣତି ଏହି ଦିନ ହେବ…

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା। ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତିମଣତି ପକ୍ରିୟା । ଏହି ପକ୍ରିୟା ରେ ୨ଟି ଟିମ୍ ଉପସ୍ଥିତ ରହିବେ । ଦିନ ୧୨.୧୨ରୁ ୧.୪୫ ମଧ୍ୟରେ ବାହାରିଛି ମାହେନ୍ଦ୍ରବେଳା। ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ରତ୍ନଭଣ୍ଡାର ଖୋଲାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ। ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ।

ପ୍ରଥମେ ଚଳନ୍ତିପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ। ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ । ଶନିବାର ରବିବାର ସମେତ ଯାନୀଯାତ୍ରା ଓ ନିତି ବହୁଳ ସମୟରେ ଗଣତିମଣତି କରାଯିବ ନାହିଁ । ଗଣତିମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ ।

ସେପଟେ ମହାପ୍ରଭୁଙ୍କ ନୂତନ ରତ୍ନପଲଙ୍କ ସେଟ୍ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ସଂସ୍କାର ପୂଜା ହୋଇ ଶୁଭବେଳା ଦେଖି ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ ।

ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏବେ ଖୋଲିବ ନାହିଁ । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପ ପାଇଁ ଶୀତତାପ ନିୟନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପାଇଁ ଟେଣ୍ଡର କରାଯାଇଛି। ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.