Latest Odisha News

BREAKING NEWS

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଖେଳିବ ୫ ମ୍ୟାଚ

ବେଙ୍ଗାଲୁର: ଆଇପିଏଲ ୨୦୨୬ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଶଂସକଙ୍କ ଏକ ବଡ ଖୁସୀ ଖବର ମିଳିଛି । ବେଙ୍ଗାଲୁରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ୫ଟି ମ୍ୟାଚ ଖେଳିବ । ଗତ ସଂସ୍କରଣରେ ଆରସିବି ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା । ବିଜୟ ଉତ୍ସବ ପାଳନ ଅବସରରେ ଏଠାରେ ଦଳା ଚକଟା ଯୋଗୁ ୧୧ ଲୋକ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଏହା ପରେ ଏଠାରେ ମ୍ୟାଚ ଆୟୋଜନ ଉପରେ ପ୍ରତିବନ୍ଧ ଲଗା ଯାଇଥିଲା । ଏପରିକି ନିକଟରେ ରଣଜୀ ଟ୍ରଫି ଫାଇନାଲ ଏଠାରେ ଖେଳା ନ ଯାଇ ହୁବୁଳିରେ ଅନୁଷ୍ଠିତ ହୋଇଥିଲା ।

କର୍ଣ୍ଣାଟକ ସରକାର, କର୍ଣ୍ଣାଟକ କ୍ରିକେଟ ସଂଘ ଓ କର୍ଣ୍ଣାଟକ ପୋଲିସର ମିଳିତ ଉଦ୍ୟମ ଯୋଗୁ ଏହି ଐତିହାସିକ ଷ୍ଟାଡିୟମକୁ କ୍ରିକେଟ ପ୍ରତ୍ୟାବର୍ତନ କରିଛି । ଆରସିବି ସିଇଓ ରାଜେଶ ମେନନ କହିଥିଲେ ଚିନ୍ନାସ୍ୱାମୀ ଷ୍ଟାଡିୟମ ସହ ଆମର ଭାବାବେଶ ଜଡିତ । ପ୍ରଶଂସକଙ୍କ ସମର୍ଥନ ଯୋଗୁ ଆମେ ଟାଇଟଲ ହାସଲ କରିଥିଲୁ । କେଏସସିିଏର ଅଧ୍ୟକ୍ଷ ଭେଙ୍କେଟେଶ ପ୍ରସାଦ କହିଛନ୍ତି ଆରସିବି ଏଥର ବେଙ୍ଗାଲୁରରେ ମ୍ୟାଚ ଖେଳିବ । ଏହା ମୋ ପାଇଁ ବଡ ଉପଲବ୍ଧି । ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ୫ ୱିକେଟ ନେବାଠାରୁ ମଧ୍ୟ ଏହା ବଡ ବୋଲି ପ୍ରସାଦ କହିଛନ୍ତି ।

Leave A Reply

Your email address will not be published.