Latest Odisha News

BREAKING NEWS

ଧିରେ ଧିରେ ବଢୁଛି ତାତି, ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ବଢ଼ୁଛି ତାତି। ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିଅସ୍ ଏବଂ ରାଉରକେଲାରେ ସର୍ବନିମ୍ନ ୧୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଓ ସର୍ବନିମ୍ନ ୧୯.୨ ଡିଗ୍ରୀ ସେଲସିଅସ୍ ରହିଥିବାବେଳେ କଟକରେ ୩୪.୮ ଓ ୧୮ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। କୁହାଯାଉଛି ଆଗକୁ ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା

ସମଗ୍ର ରାଜ୍ୟରେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନହେବା ସତ୍ତ୍ୱେ ଗରମ ଜାରି ରହିବ। କଟକରେ ଦିନ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରା ୨୦ରୁ ୨୩ ଡିଗ୍ରୀ ମଧ୍ୟରେ ରହିପାରେ। ସେହିପରି ରାଜଧାନୀ ଭୁବନେଶ୍ବରରେ ଦିନ ତାପମାତ୍ରା ବୃଦ୍ଧି ପାଇ ୩୬ରୁ ୩୯ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ରାତି ତାପମାତ୍ରା ୨୧ରୁ ୨୪ ଡିଗ୍ରୀ ମଧ୍ୟରେ ରହିବ।

Leave A Reply

Your email address will not be published.