ଭୁବନେଶ୍ବର: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଯାଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ମହାନଦୀ, ବ୍ରାହ୍ମଣୀ ଓ ଯୋକଡିଆା ଖରସ୍ରୋତା ନଦୀରେ ବୁଡିଯାଇ ୩ ଯୁବକଙ୍କର ମୃତ୍ୟୁ ହୋଇଛି।
ହୋଲି ଖେଳି ସାରି ବଡମ୍ବା ମହାନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ତୁଣପୁର ଗାଁର ଜୀବନ ବେହେରା। ସେହିପରି ଯାଜପୁର ଦାନଗଦି ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଯୁବକର ଜୀବନ ଯାଇଛି। ଯୁବକ ଜଣକ ହେଲେ ଯଖପୁର ଗାଁର ସମୀର ମଲ୍ଲିକ।
ସେହିପରି ହୋଲି ଖେଳି ସାରି ଯାଜପୁର ରୋଡ ଯୋକଡିଆ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବ୍ୟାସନଗର ସଂଗ୍ରାମ ଅଜିତାଭ ଦାସ।