କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଚଳିତ ଟି୨୦ ବିଶ୍ୱକପ ୨୦୨୬ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୪ ରନର ଲକ୍ଷ୍ୟ ରଖିଛି । ମାର୍କୋ ଜାନେସନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ଏକ ଆଭରେଜ ସ୍କୋର କରିପାରିଥିଲା । ସମ୍ପୂର୍ଣ୍ଣ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରି ଅପରାଜେୟ ରହିଥିବା ଦକ୍ଷିଣ ଆଫ୍ରିକା କିନ୍ତୁ ସେମିଫାଇନାଲରେ ବଡ ସ୍କୋର କରିବାରେ ବିଫଳ ହୋଇଛି ।
ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଏକଦା ୧୦ ଓଭର ବେଳକୁ ୭୭ ରନରେ ୫ଟି ୱିକେଟ ହରାଇଥିଲା । ଜାନେସନ ୫୫ ରନ କରି ଅପରାଜିତ ରହିଥିଲେ । ଡେୱାଲ୍ଡ ବ୍ରେଭିସ ୩୪, ଟ୍ରିଷ୍ଟିଆନ ଷ୍ଟବ୍ସ ୨୯ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ଟ ହେନେରୀ, କୋଲେ ମ୍ୟାଜକୋନେଚେ ଓ ରଚୀନ ରବୀନ୍ଦ୍ର ୨ଟି ଲେଖାଏଁ ୱିକେଟ ନେଇଥିଲେ । ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଭାରତଠାରୁ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ।