Latest Odisha News

BREAKING NEWS

Rajyasabha Election: ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଏଥର ବି ଜିତିବି…

ଭୁବନେଶ୍ଵର: ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ସେହିପରି ରାଜ୍ୟସଭା ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କରିବା ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି । ୨୦୦୨ ପରି ଜିତାପଟ ହାସଲ କରିବି । ବିଜେଡି କଂଗ୍ରେସ ମିଶିବା ପ୍ରସଙ୍ଗରେ କହିଲେ ଆମେ ବି ମିଶେଇ ଦେବୁ ।

ସେପଟେ, ବିଜେଡିର ସଂତୃପ୍ତ ମିଶ୍ର, ପରେ କମନ୍‌ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଛନ୍ତି ଓ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.