Latest Odisha News

BREAKING NEWS

Murder: କୋର୍ଟ ସମ୍ମୁଖରେ ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା

ଗଞ୍ଜାମ: ବଢ଼ିଚାଲିଛି ଅପରାଧ । ଗଞ୍ଜାମ ଜିଲ୍ଲାରେ ଏକ ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । କୋର୍ଟ ସମ୍ମୁଖରେ ଯୁବକଙ୍କୁ ହାଣିଦେଲେ । ଭଞ୍ଜନଗର ଥାନା ଠାରୁ କିଛି ଦୂରରେ ଥିବା କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ ।

ସୂଚନାଯୋଗ୍ୟ ଯେ, ଅଶୋକ ସ୍ବାଇଁ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । ସେ କାମସାରି ବାଇକ୍ ଯୋଗେ ଫେରୁଥିବା ବେଳେ କୋର୍ଟ ସମ୍ମୁଖରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇଲେ ଦୁର୍ବୃତ୍ତ । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ପୋଲିସ୍ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.