Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାର ଏହି ମହାନ ଖେଳାଳି କହିଲେ ନ୍ୟୁଜିଲାଣ୍ଡ ହାରିଲେ ତାଙ୍କୁ ଦିଆଯିବ ଚୋକର୍ସ ଟ୍ୟାଗ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକାର ମହାନ ପେସ ବୋଲର ଡେଲ ଷ୍ଟେଇନଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ଯଦି ନ୍ୟୁଜିଲାଣ୍ଡ ଫାଇନାଲରେ ହାରିଯାଏ ତେବେ ତାଙ୍କୁ ଚୋକର୍ସ ଟ୍ୟାଗ ପ୍ରଦାନ କରାଯିବ । ଦକ୍ଷିଣ ଆଫ୍ରିକା ନାମରେ ଏହା ସର୍ବଦା ଯୋଡି ହୋଇ ରହିଛି । ଆମଠାରୁ ନ୍ୟୁଜିଲାଣ୍ଡ ଅଧିକ ଥର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ଚୋକର୍ସ ଟ୍ୟାଗ ନେବାରେ ଆମ ତୁଳନାରେ ଆଗରେ ରହିଛନ୍ତି ।

ନ୍ୟୁଜିଲାଣ୍ଡ ଟିମକୁ ମୁଁ ପସନ୍ଦ କରେ, ମାତ୍ର ଭାରତକୁ ସେମାନେ ହରାଇ ପାରିବେ ନାହିଁ । ଇଂଲଣ୍ଡକୁ ୭ ରନରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଫିନ ଆଲେନ ୩୩ ବଲରେ ଶତକ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ୨୦୨୩ ବିଶ୍ୱକପ ଫାଇନାଲ ଭାରତ ଏଠାରେ ହାରିଥିଲା । ଦେଖାଯାଉ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ହରାଇ ପାରୁଛି କି ନାହିଁ ବୋଲି ଷ୍ଟେଇନ କହିଛନ୍ତି ।

Leave A Reply

Your email address will not be published.